ଭୁବନେଶ୍ବର: ସମ୍ବଲପୁର ଓ ବ୍ରହ୍ମପୁରରେ ଗଡ଼ିଲା ମୋ ବସ୍। ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଓ ବ୍ରହ୍ମପୁରବାସୀ ଖୁସି ବ୍ୟକ୍ତ କରିଛନ୍ତି। ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ଲୋକାର୍ପଣ ଉତ୍ସବ ହୋଇଥିବାବେଳେ ବ୍ରହ୍ମପୁର ହଳଦିଆ ପଦରରେ ନିର୍ମାଣ ହେଇଥିବା ମୋ ବସ୍ ଟର୍ମିନାଲର ଲୋକାର୍ପଣ ଓ ମୋ ବସ୍ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Views: 96











