ସମ୍ବଲପୁର : ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର । ରଙ୍ଗିଆଟିକ୍ରାରେ ଅପରାଧୀ ସୀତାରାମ ଷଡଙ୍ଗୀକୁ ଏନକାଉଣ୍ଟର । ବାମ ଗୋଡରେ ଗୁଳି ବାଜିଛି, ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ସୀତାରାମ ନାଁରେ ୨୫ରୁ ଉଦ୍ଧ୍ୱର୍ ମାମଲା ରହିଛି । ବିଭିନ୍ନ ଥାନାରେ ଡକାୟତି, ଲୁଟ ଓ ହତ୍ୟା ଉଦ୍ୟମ ଭଳି ମାମଲା । ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡରେ ଖେଳାଇଥିଲା ଆତଙ୍କ । ସୀତାରାମ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଜବତ । ସେହିପରି ଗତକାଲି ଝାରସୁଗୁଡାରେ ୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍ କାଉଣ୍ଟର ହୋଇଥିଲା । ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଅଭିଷେକ ବାରିକ । ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ । ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
Views: 16