ଭୁବନେଶ୍ୱର : ସମସ୍ତ ବସରେ ଲାଗିବ ସ୍ମାର୍ଟ ଡିଭାଇସ । ଭୁବନେଶ୍ୱର ଜାତୀୟ ସଡକ ସୁରକ୍ଷା ମାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା । ଦୁର୍ଘଟଣା ହ୍ରାସ ପାଇଁ ଏହି ପଦକ୍ଷେପ ନିଆଯିବ । ଏନେଇ ଆଇଆଇଟି ମାଡ୍ରାସ ସହ ଚୁକ୍ତି ହୋଇଛି । ଡ୍ରାଇଭର ଆଖି ପଡ଼ିଗଲେ କିମ୍ବା ଆଖି ଖୋଲା ଥାଇ ମଧ୍ୟ ଯଦି ଅନ୍ୟମନସ୍କ ଭାବେ ଗାଡି ଚଳାଏ ତେବେ ଏହି ସ୍ମାର୍ଟ ଡିଭାଇସ ସାଇରନ୍ ଦେବ । ମଦ ପିଇ ଗାଡି ଚଳାଇଲେ ମଧ୍ୟ ଏକ ଶବ୍ଦ ଶୁଣାଯିବ ଯାହା ଡ୍ରାଇଭରକୁ ସଚେତନ କରାଇବ । ଏହି ଡିଭାଇସ ଦ୍ବାରା ରୋଡ ହିପ୍ନୋଟିଜିମକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ । ସରକାର ଏନେଇ ଆଗାମୀ ବଜେଟରେ ବ୍ୟବସ୍ଥା କରାଯିବ ।
Views: 30