ଭୁବନେଶ୍ୱର : ଯାଜପୁର ଥାନା ଅନ୍ତର୍ଗତ ବିରଜାପୁର ଗ୍ରାମରେ ଦିନ ଦ୍ୱିପ୍ରହରରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସେହି ଗାଁର ଅଶ୍ୱନୀ କୁମାର ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ସମେତ ନଗଦ ୪୦ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଶ୍ୱନୀ ଦିନ ୧୦ଟାରେ ନିଜ ପତ୍ନୀଙ୍କୁ ନେଇ ଯାଜପୁର ଟାଉନ ଆସିଥିବା ସୁଯୋଗ ନେଇ କେହି ଦୁର୍ବୁତ୍ତ ରୋଷେଇ ଘର ଝରକା ଭାଙ୍ଗି କଳାକନା ବୁଲେଇଥିଲେ । ଏ ନେଇ ଯାଜପୁର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପରାହ୍ନରେ ଡ଼ଗ ସ୍କ୍ୱାଡ଼ ଘଟଣାସ୍ଥାନରେ ପହଞ୍ଚି ତଦନ୍ତଆରମ୍ଭ କରିଥିଲେ ମଧ୍ୟ ଏ ଯାଏ କୌଣସି ସୁରାଗ ମିଳିନାହିଁ । ଦିନକୁ ଦିନ ଏଭଳି ଚୋରଙ୍କ ଉତ୍ପାତ ବଢ଼ି ଚାଲିଛି । ଦିନ ରାତି କିଛି ମାନୁ ନାହାନ୍ତି ଏମାନେ । ପୋଲିସକୁ ବି ଏମାନଙ୍କର ଭୟ ନାହିଁ । ଚୋରି କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି । ଆଉ ସୁଯୋଗ ମିଳିଲେ ଏମିତି ଚୋରି କରି ଫେରାର ମାରୁଛନ୍ତି । ଏମିତି ଅନେକ ଚୋର ଅଛନ୍ତି ଯେଉଁମାନେ ଚୋରି କରିବା ପରେ ବି ପୋଲିସ ସେମାନଙ୍କ ଟେର୍ ପାଏନି ।
ସକାଳ ୧୦ଟାରେ ରୋଷେଇ ଘର ଝରକା ତାଡି ନେଇଗଲେ ନଗଦ ଟଙ୍କା ଓ ଅଳଙ୍କାର

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...