ନୂଆଦିଲ୍ଲୀ : ସଂସଦରେ ପ୍ରତାପ ଷଡଙ୍ଗୀ ଆହତ । ସଂସଦରେ ସିଡିରୁ ପଡି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆହତ । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ପ୍ରବଳ ରକ୍ତସ୍ରାବ ହେଉଥିବାରୁ ସାଂସଦଙ୍କୁ ମେଡିକାଲ ସ୍ଥାନାନ୍ତର । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏ ନେଇ ପ୍ରତାପ ଷଡଙ୍ଗୀ କହିଛନ୍ତି କି , ରାହୁଲ ଗାନ୍ଧୀ ଗୁଣ୍ଡା ପରି ଆସିଲେ । ସମସ୍ତଙ୍କୁ ଧକ୍କା ଦେଲେ । ଜଣେ ସାଂସଦ ଧକ୍କା ଖାଇ ମୋ ଉପରେ ପଡିଗଲେ ଆଉ ମୁଁ ତଳେ ପଡିଗଲି । ମୋ ଆଖି ପତା ଫାଟିଯାଇଛି ।
ଅନ୍ୟପଟେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଛନ୍ତି, ସଂସଦ ଭିତରକୁ ଯିବା ବେଳେ ବିଜେପି ସାଂସଦମାନେ ମତେ ଅଟକାଇଥିଲେ । ଧସ୍ତାଧସ୍ତି ସମୟରେ ଏପରି ହୋଇଥାଇପାରେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ।
Views: 33