ଭୁବନେଶ୍ୱର : ବିଜେଡି ସଂଖ୍ୟାଲଘୁ ସେଲରୁ ମୁନ୍ନା ଖାନଙ୍କ ଇସ୍ତଫା ଚର୍ଚ୍ଚା । ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ଇସ୍ତଫା ନେଇ ଚର୍ଚ୍ଚା । ଗତ ୫ ତାରିଖରେ ଗଠନ ହୋଇଥିଲା ବିଜେଡର ସଂଖ୍ୟାଲଘୁ ସେଲ । ଦିଲ୍ଲୀପ ତୀର୍କିଙ୍କୁ ସଂଖ୍ୟାଲଘୁ ସେଲର ଆବାହକ ଦାୟିତ୍ୱ ଦିଆଯାଇଛି । ଗତ କିଛି ଦିନ ତଳେ ବିଜେଡି ନିଜର ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ଗଠନ କରିଥିଲା,ଯେଉଁଥିରେ ସ୍ଥାନ ପାଇଥିଲେ ସାଂସଦ ମୁନ୍ନା ଖାଁ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲ୍ ସାଉଥ୍ ଜୋନର କୋ-ଅର୍ଡିନେଟର୍ ଭାବେ ଦାୟିତ୍ୱ ଦେଇଥିଲେ । ହେଲେ ଏବେ କିନ୍ତୁ ସେ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ନବୀନ ନିବାସରେ ପହଞ୍ଚି ମୁନ୍ନା ଖାଁ ଏହି ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଓ୍ୱାକଫ୍ ବିଲକୁ ନେଇ ଚର୍ଚ୍ଚାକୁ ଆସିଥିଲେ ବିଜେଡି ସାଂସଦ ମୁନ୍ନା ଖାଁ । ଦଳର କିଛି ସାଂସଦ ଏହି ବିଲକୁ ସମର୍ଥନ କରିଥିବା ବେଳେ, ଏହି ବିଲକୁ ଖୋଲା ବିରୋଧ କରିଥିଲେ ମୁନ୍ନା ଖାଁ । ଏମିତି କି, ଏହି ପ୍ରସଙ୍ଗକୁ ନେଇ ବିଜେଡି ଭିତରେ ମଧ୍ୟ ଫାଟ ଦେଖିବାକୁ ମିଳିଥିଲା । ହେଲେ ଏବେ ପୁଣିଥରେ ସଙ୍ଗଠନରେ ଦାୟିତ୍ୱକୁ ନେଇ ପୁଣି ବିଜେଡିରେ ଦେଖିବାକୁ ମିଳିଛି ଅସନ୍ତୋଷ ।
ସଂଖ୍ୟାଲଘୁ ସେଲରୁ ମୁନ୍ନା ଖାନଙ୍କ ଇସ୍ତଫା ଚର୍ଚ୍ଚା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











