ଭୁବନେଶ୍ୱର : ପହଲଗାମ ଆକ୍ରମଣ ଘଟଣାକୁ ନେଇ ସବୁ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ । ଭୁବନେଶ୍ୱର ରେଲୱେ ଷ୍ଟେସନରେ ଆରପିଏଫ ପକ୍ଷରୁ ଫ୍ଲାଗ ମାର୍ଚ୍ଚ । ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ଜଣାଇବାକୁ ପରାମର୍ଶ । ମାଇକ ଜରିଆରେ ଯାତ୍ରୀ ମାନଙ୍କୁ ସଚେତନ କରାଯାଉଛି । ଆରପିଏଫ ଆଇଆଇସି ଏବଂ ଏସଆଇ ଫ୍ଲାଗ ମାର୍ଚ୍ଚରେ ସାମିଲ । ୨ ସେକ୍ସନ ଫୋର୍ସ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହାସହ ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।
Views: 34