ପୁରୀ : ଶ୍ରୀମନ୍ଦିରକୁ ପୁଣି ଚଷମାରେ ହିଡେନ କ୍ୟାମେରା ନେଇ ପ୍ରବେଶ । ସମ୍ପୃକ୍ତ ଶ୍ରଦ୍ଧାଳୁଙ୍କୁ ଜଗମୋହନ ମନ୍ଦିର ପାଖରେ ଧରିଲେ ଜେଟିପି । ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ । ସିଂହଦ୍ୱାର ଥାନାରେ ଶ୍ରଦ୍ଧାଳୁଙ୍କୁ ଅଟକ ରଖି ପଚରାଉଚରା । ଅନ୍ୟପଟେ ଶ୍ରୀ ମନ୍ଦିର ଗର୍ଭଗୃହରେ ସେବକ ବେଶରେ ପଶିଲେ ଭକ୍ତ । ତାଙ୍କୁ ଜେଟିପି ଅଟକ ରଖି ଗାରଦରେ ପଚରା ଉଚରା କରିଥିଲା । ପରେ କାର୍ୟ୍ୟାଳୟରେ ତାଙ୍କ ଠାରୁ ବିସ୍ତୃତ ତଥ୍ୟ ନିଆଯାଇଥିଲା । ଏହା ପରେ ତାଙ୍କୁ ସିଂହଦ୍ବାର ଥାନାକୁ ପଠାଯାଇଥିବାସୂଚନା ମିଳିଛି । ପୂର୍ବରୁ ବାରମ୍ବାର ହିଡେନ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଥିଲା । ବାରମ୍ବାର ଏପରି ଘଟଣାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
Views: 35











