ଭୁବନେଶ୍ୱର : ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆଇଟି ରେଡ ଜାରି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , ନଗଦ ଅଢେଇ କୋଟି ଜବତ । ଉତ୍କଳ ବିଲ୍ଡର୍ସର ୪ ନିଦେ୍ର୍ଦଶକଙ୍କୁ ସକାଳୁ ଚାଲିଛି ମାରାଥନ ଜେରା । ରାକେଶ ଭୁରା , ଅଞ୍ଜନାଦେବୀ ଭୁରା, ସନ୍ଦୀପ କୁମାର ବେଦ, ଅମିତ ବେଦଙ୍କୁ ଜେରା । ଆୟକର ଫାଙ୍କିବା ନେଇ ଯଥେଷ୍ଟ ପ୍ରମାଣ ପାଇଛି ଆଇଟି ଟିମ । ଆୟକର ଫାଙ୍କି ନେଇ ଆୟକର ବିଭାଗ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଥିବା ଉତ୍କଳ ବିଲ୍ଡର୍ସର ୧୪ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ କୋଟିଏରୁ ଅଧିକ ନଗଦ ଟଙ୍କା ଓ ବହୁ ଜାଲ୍ କାଗଜପତ୍ର ଜବତ କରାଯାଇଛି। ଯାହାକୁ ନେଇ ଆୟକର ବିଭାଗ ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍ଙ୍କୁ ମାରାଥନ ଜେରା କରିଛି। ସୂଚନା ମୁତାବକ, ବହୁଦିନ ହେବ ସଂସ୍ଥା ପକ୍ଷରୁ ଆୟକର ଫାଙ୍କି ହେଉଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା। ଯୋଜନା ମୁତାବକ ମଙ୍ଗଳବାର ସକାଳ ସମୟରେ ୧୪ଟି ଟିମ୍ର ୧୨୦ ଅଧିକାରୀ ଭୁବନେଶ୍ବରର ବରମୁଣ୍ଡା, ସହିଦନଗର, କଳ୍ପନା, ପଟିଆ ଅଦି ଅଞ୍ଚଳ ସମେତ ରାଜ୍ୟ ବାହାରେ ଏକକାଳୀନ ଚଢ଼ଉ କରିଥିଲେ।
ସକାଳୁ ଉତ୍କଳ ବିଲ୍ଡର୍ସର ୪ ନିର୍ଦ୍ଦେଶକଙ୍କୁ ଜେରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











