ଶ୍ରୀନଗର : ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ । ଅପରେସନ ସିନ୍ଦୂରରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ । ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ୱଂସ କଲେ ଶତ୍ରୁ ଭୁଲି ପାରିବେନି । ମୁଁ ଦେଶବାସୀଙ୍କ ସନେ୍ଦଶ ନେଇ ଆପଣଙ୍କ ପାଖକୁ ଆସିଛି । ସନେ୍ଦଶ ହେଉଛି , ଦେଶବାସୀ ଆପଣଙ୍କ ଉପରେ ଗର୍ବିତ । ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ ଆକ୍ସନ । ଭାରତ ପୂରା ବିଶ୍ୱକୁ ସନେ୍ଦଶ ଦେଇଛି , ଆତଙ୍କବାଦକୁ ବରଦାସ୍ତ କରାଯିବନି । ଭାରତ ବିରୋଧରେ ଷଡଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ । ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି ? ଆଇଏଇଏ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି କଥାବାର୍ତ୍ତୀ ହେବ କେବଳ ପିଓକେକୁ ନେଇ । ଆମେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ଖାତିର କରିଲୁନି । ଆତଙ୍କୀମାନେ ଧର୍ମ ପଚାରି ମାରିଲେ , ଆମେ କର୍ମ ଦେଖି ବିନାଶ କଲୁ । ପାକିସ୍ତାନ ଆଇଏମଏଫ ପାଖରୁ ରୁଣ ଆଣୁଛି , ଆମେ ଅନ୍ୟ ଦେଶକୁ ଫଣ୍ଡ ଦେଉ । ପାକିସ୍ତାନ ଯେଉଁଠି ଛିଡା ହୁଏ, ସେଠୁ ଭିକାରୀଙ୍କ ଧାଡି ଆରମ୍ଭ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି, ’ପହଲଗାମ୍ରେ ଲୋକଙ୍କ ଉପରେ ଆକ୍ରମଣ କରି ଆତଙ୍କୀମାନେ ଭାରତକୁ କଠୋର ଆଘାତ ଦେଇଥିଲେ । ଭାରତର ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ସେମାନେ ଭାରତର ମୁଣ୍ଡକୁ ଆଘାତ ଦେଲେ ଆମେ ତାଙ୍କ ଛାତିକୁ ଚିରି ଆଘାତ ଦେଇଛୁ । ପାକିସ୍ତାନ ଯଦି ତାର ଏହି କ୍ଷତକୁ ଭରଣା କରିବାକୁ ଚାହୁଛି ତେବେ ଆତଙ୍କୀଙ୍କୁ ଆଶ୍ରୟ ଦେବା ବନ୍ଦ କରୁ ପାକିସ୍ତାନ’ ।
ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ, “ଅପରେସନ ସିନ୍ଦୂର” ପାଇଁ ଦେଶ ଗର୍ବିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...