ଗଜପତି (ଅଜିତ କୁମାର ପରିଛା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବଡସଡ଼ା ଗ୍ରାମରେ ଶ୍ରୀ ଅଚ୍ୟୁତାନନ୍ଦ ସେବା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଟ୍ରଷ୍ଟର ପରିଚାଳକ ନିଦେ୍ର୍ଦଶକ ଶ୍ରୀ ବଂଶୀଧର ଦାସ ମହାରାଜଙ୍କ ନେତୃତ୍ୱରେ ଟ୍ରଷ୍ଟର ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ଅଂଚଳର ଜନସାଧାରଣ ଏହି ଶିବିରରେ ଯୋଗଦେଇ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ଏଠାରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରର ମୁଖ୍ୟ ଖଗେଶ୍ୱର ବେହେରା, ଡାକ୍ତର ଓ ତାଙ୍କ ଟିମ ଆସି ରକ୍ତ ସଂଗ୍ରହ କରିଥିଲେ । ଏହି ଟ୍ରଷ୍ଟର ମୁଖ୍ୟ ଉଦେ୍ଦଶ୍ୟ ରକ୍ତ ଦେଇ ଜୀବନ ବଞ୍ଚେଇବାା ଟ୍ରଷ୍ଟର ସମସ୍ତ ସଦସ୍ୟ ଓ ଜନସାଧାରଣ ଙ୍କୁ ଅନୁରାଧ କରିଛନ୍ତି ଯେ ସମସ୍ତେ ସ୍ୱେଛାକୃତ ଭାବେ ରକ୍ତ ଦାନ କରି ଜୀବନ ବଞ୍ଚଇବା ସହିତ ସମାଜର ସେବା କରିପାରିବା ।
Views: 43