The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଶୀତଦିନେ ଆପଣଙ୍କର ଫାଟୁଛି କି , ଆପଣାନ୍ତୁ ଏହି ଉପାୟ..

Facebook
Twitter
LinkedIn

ଅନ୍ୟ ସବୁ ରୁତୁ ଅପେକ୍ଷା ଶୀତ ଦିନେ ତୂଚାର ସମସ୍ୟା ଦେଖାଦେଇଥାଏ । କାରଣ ଏହିଦିନ ଜଳବାୟୁ କାରଣରୁ ତ୍ୱଚା ଶୁଷ୍କ ହୋଇଯାଏ । ତ୍ୱଚାକୁ ମୁଲାୟମ ରଖିବା ପାଇଁ ଅନେକ ପ୍ରକାରର ଘରୋଇ ଟିପ୍ସ ମଧ୍ୟ ଲୋକମାନେ ଆପଣାଇଥାନ୍ତି । କିନ୍ତୁ ଏହାର ରେଜଲ୍ଟ ଯଦି ଭଲ ନଆସେ ତେବେ ଏହା ଚିନ୍ତାର କାରଣ ପାଲଟିଯାଏ । ମୁହଁ ହେଉ ଅବା ହାତ କିମ୍ବା ପାଦ, ସବୁ ପ୍ରତି ଏହି ସମୟରେ ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିଥାଏ । ତେବେ ତ୍ୱଚା ଓ ହାତ ପାଇଁ ତ ସମସ୍ତେ କିଛି ନା କିଛି ଉପାୟ ଆପଣାଇଥାନ୍ତି । କିନ୍ତୁ ପାଦ କଥା ଧ୍ୟାନକୁ ଆସିଲେ ସମସ୍ତେ ଚିନ୍ତାରେ ପଡ଼ିଯାନ୍ତି । ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖାଯାଏ । କିନ୍ତୁ ଏହାପ୍ରତି ଅବହେଳା ହେଉଥିବା କାରଣରୁ ଅନେକ ସମସ୍ୟା ଦେଖାଯାଏ । ଆସନ୍ତୁ ଜାଣିବା ଗୋଇଠି ଫଟାର ଉପଚାର-
ମହୁ : ମହୁ ହେଉଛି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଯାହା ଫାଟିଯାଇଥିବା ଗୋଇଠିକୁ ଭଲ କରିବାରେ ସାହାଯ୍ୟ କରେ । ଏହା ମଧ୍ୟ ଚର୍ମକୁ ଶୁଷ୍କ ହେବାକୁ ରୋକିଥାଏ । ଏକ କପ୍ ଗରମ ପାଣିରେ ଏକ କପ୍ ମହୁ ମିଶାନ୍ତୁ । ସେହି ପାଣିରେ ପାଦକୁ ସଫା କରନ୍ତୁ ଏବଂ ୨୦ ମିନିଟ୍ ପାଇଁ ଧୀରେ ଧୀରେ ମାଲିସ୍ କରନ୍ତୁ । କିଛି ସପ୍ତାହ ଶୋଇବା ପୂର୍ବରୁ ଏହା ନିୟମିତ କରନ୍ତୁ, ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ପାଦ ସମସ୍ୟା ଦୂର ହୋଇଯିବ ।
ଭେସଲିନ୍ ଏବଂ ଲେମ୍ବୁ ରସ : ଲେମ୍ବୁ ଏବଂ ଭେସଲିନ୍ ଫାଟିଯାଇଥିବା ପାଦକୁ ସହଜରେ ଭଲ କରିଥାଏ । ପାଦକୁ ଉଷୁମ ପାଣିରେ ପ୍ରାୟ ୧୫ ମିନିଟ୍ ବୁଡାଇ ରଖନ୍ତୁ । ଏହା ପରେ ୧ ଚାମଚ ଭେସଲିନ୍ ଏବଂ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ଆପଣ ଗୋଇଠି ଏବଂ ପାଦର ଅନ୍ୟ ଅଂଶରେ ଭଲ ଭାବରେ ଲଗାନ୍ତୁ । ଏହି ରସକୁ ପାଦରେ ରାତି ସାରା ଲଗେଇ ରଖନ୍ତୁ ଏବଂ ସକାଳେ ଧୋଇ ଦିଅନ୍ତୁ । ଶୋଇବା ପୂର୍ବରୁ ନିୟମିତ ଏହାକୁ କରନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login