ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଗୌହର ଖାନଙ୍କ ଘରକୁ ଆସିଛି କୁନି ଅତିଥି । ଗୌହର ଖାନ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଏ ନେଇ ଗୌହର ନିଜ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ଗୌହର ୧୦ ତାରିଖରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଗୌହର ପୁଅକୁ ଜନ୍ମ ଦେବା ପରେ ପରିବାର ଖୁସିର ମାହୋଲ ସୃଷ୍ଟି ହୋଇଛି । ଗୌହର ମା’ ହେବା ପରେ ଅନୁଷ୍କା ଶର୍ମା ସମେତ ସବୁ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ଗୌହରର କିଛି ମାସ ପୂର୍ବରୁ ନିଜର ଗର୍ଭବତୀ ଛୁଟି ଉପଭୋଗ କରୁଥିଲେ । ଗୌହର ଏବଂ ଜୈଦଙ୍କ ସାକ୍ଷାତ ଏକ ସୁପରମାର୍କେଟରେ ହୋଇଥିଲା । ଏହି ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ୨୦୨୦ ଡିସେମ୍ବର ୨୫ରେ ଦୁହିଁଙ୍କର ବିବାହ ହୋଇଥିଲା । ଗୌହର ନିଜଠାରୁ ୧୨ ବର୍ଷ ସାନ ଜୈଦଙ୍କୁ ବିବାହ କରିଥିଲେ ।
Views: 97