ଭୁବନେଶ୍ୱର : ମହାଶବିରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା । ଭିଡ ଉପରେ ରହିବ ନଜର । ୪ ସିଫ୍ଟରେ ସମ୍ପୁର୍ଣ୍ଣ ସ୍ଥାନ ଜଗିବେ ପୋଲିସ । ଚଳିତ ବର୍ଷ ଜାଗରରେ ପ୍ରାୟ ୨ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନ୍ଦିର ଭିତରେ ଓ ବାହାରେ ଫୋର୍ସ ମୁତୟନ କରାଯିବା ସହ ବୈତରଣୀ ଓ ସାଳନ୍ଦୀ ନଦୀରେ ପଇଁତରା ମାରିବେ ଓଡ୍ରାଫ୍ ଟିମ୍ । ଆସନ୍ତାକାଲି ଭୋର ୪ଟାରୁ ହେବ ମଙ୍ଗଳା ଆଳତି । ସକାଳ ୫ଟାରୁ ରାତି ୧୧ଟା ଯାଏ ଚାଲିବ ସାଧାରଣ ଦର୍ଶନ । ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବା ସହ ରାତି ୨ଟାରେ ଉଠିବ ମହାଦୀପ । ମାର୍ଚ୍ଚ ୮ରୁ ୧୦ ତାରିଖ ଯାଏ ଆୟୋଜିତ ହେବ ସାଂସ୍କୃତିକ କାର୍ୟ୍ୟକ୍ରମ ।
Views: 76











