ଭୁବନେଶ୍ୱର : ଓବିସିଙ୍କୁ ଶିକ୍ଷାକ୍ଷେତ୍ରରେ ସଂରକ୍ଷଣ ପାଇଁ ଦାବି କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସଂରକ୍ଷଣକୁ ନେଇ ଦେଶରେ ସମସ୍ୟା ସୃ଼ଷ୍ଟି ହୋଇଥିବାବେଳେ ଓଡ଼ିଶାରେ ଉତ୍କଟ ସମସ୍ୟା ସୃଷ୍ଟି ହୋଇଛି । ଏସସି-ଏସଟିମାନଙ୍କୁ ଚାକିରି କ୍ଷେତ୍ରରେ ୩୮.୭୫ ପ୍ରତିଶତ ସଂରକ୍ଷଣ ଦେବାବେଳେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ତାଙ୍କୁ ମାତ୍ର ୨୦ ପ୍ରତିଶତ ଦିଆଯାଉଛି। ଓବିସି ଓ ଏସଇବିସି ପିଲାଙ୍କୁ କୌଣସି କ୍ଷେତ୍ରରେ ସଂରକ୍ଷଣ ଦିଆଯାଉନାହିଁ। ରାଜ୍ୟରେ ଜାତିଭିତ୍ତିକ ଜନଗଣନା ହେଉ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ରାଜ୍ୟରେ ଯେଉଁ ୨୨ ଶହ ସିଟରେ ମେଡିକାଲ ଆଡମିଶନ ହେଉଛି ସେଥିରୁ ୨୦ ପ୍ରତିଶତ ଏସସି-ଏସଟିଙ୍କୁ ଦେବାବେଳେ ଉଚ୍ଚବର୍ଗର ଅର୍ଥନୈତିକ ଦୁର୍ବଳ ବର୍ଗକୁ ୧୦ ପ୍ରତିଶତ ଦେଉଛନ୍ତି। ଅର୍ଥାତ ୨୨ଶହ ସିଟରୁ ୧୬୮ ସିଟ୍ ସେମାନଙ୍କୁ ଦିଆଯାଉଛି। ଏସସିଏସଟି ମାନେ ୨୦ ପ୍ରତିଶତ ସଂରକ୍ଷଣ ପାଉଛନ୍ତି। ତାଙ୍କର ହକ୍ ହେଉଛି ୩୮.୭୫ ପ୍ରତିଶତ। ମାତ୍ର ଓବିସି ଓ ଏସଇବିସି ସେମାନଙ୍କୁ କିଛି ମିଳୁନାହିଁ। ତେଣୁ ବିଜେଡି ଦାବି କରୁଛି ଓବିସି ଛାତ୍ରଛାତ୍ରୀଙ୍କୁ ଅନ୍ତତଃ ୨୭ ପ୍ରତିଶତ ଦିଆଯାଉ। ମେଡିକାଲ ନାମଲେଖା ଚାଲିଛି। ତେଣୁ ଝଉ ଝଞ ଛାତ୍ରଛାତ୍ରୀଙ୍କୁ ୩୮.୭୫% ଓ ଙଈଉ ଛାତ୍ରଛାତ୍ରୀଙ୍କୁ ୧୧.୭୫% ସଂରକ୍ଷଣ ମିଳୁ ବୋଲି ଦାବି କରିଛନ୍ତି ଅରୁଣ।
ଶିକ୍ଷାକ୍ଷେତ୍ରରେ ଓବିସିଙ୍କୁ ସରଂକ୍ଷଣ ପାଇଁ ବିଜେଡିର ଦାବି

Facebook
Twitter
LinkedIn
Facebook
Twitter
LinkedIn
Recent News
ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯
ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା
ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ
ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା
ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...