The Ultimate Managed Hosting Platform
ADVERTISEMENT

ଶରଦ ଛାଡିଲେ ଅଧ୍ୟକ୍ଷ ପଦ

Facebook
Twitter
LinkedIn

ନୂଆଦିଲ୍ଲୀ : ଏନସିପି ଅଧ୍ୟକ୍ଷ ପଦ ଛାଡିଲେ ଶରଦ ପାୱା୍ୱାର । ଜାତୀୟତାବାଦୀ କଂଗ୍ରେସ ଦଳର ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ପରେ ସବୁଠୁ ବଡ ପ୍ରଶ୍ନ ଉଠିଛି ଯେ ଦଳର ହାତ ଏବେ କାହା ପାଖକୁ ଯିବ। ଏହି ପଦ ପାଇଁ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ପାୱାରଙ୍କ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଏ କିନ୍ତୁ ଅଜିତ ପାୱାରଙ୍କୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖାଯାଏ। ଏଭଳି ପରିସ୍ଥିତିରେ ଦଳର ସଭାପତି ପଦ ପାଇଁ ଏହି ଦୁଇ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଭେଟେରାନ ନେତା ତାଙ୍କ ନିଷ୍ପତ୍ତି ଘୋଷଣା କରିବା ମାତ୍ରେ ଅଡିଟୋରିୟମରେ ଉପସ୍ଥିତ ଏନସିପି କର୍ମୀମାନେ ପାୱାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ, ଯେପର୍ୟ୍ୟନ୍ତ ସେ ତାହା ନକରନ୍ତି, ସେମାନେ ଅଡିଟୋରିୟମ ଛାଡିବେ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login