The Ultimate Managed Hosting Platform
ADVERTISEMENT

‘ଶମଶେରା’, ଗୋଟିଏ ସପ୍ତାହରେ କମାଇ ପାରିଲାନି ୫୦ କୋଟି ଟଙ୍କା

Facebook
Twitter
LinkedIn

ଦୀର୍ଘ ସମୟ ପରେ ରଣବୀର ବଡ ପରଦାକୁ ଫେରିଛନ୍ତି । ତାଙ୍କ ପାଖରେ ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ଫିଲ୍ମ ଅଛି । ୪ ବର୍ଷ ପରେ ଏବେ ରିଲିଜ୍‌ ହୋଇଛି ଶମଶେରା । କିନ୍ତୁ ଏବେ ଜଣାପଡୁଛି କି ଫିଲ୍ମଟି ବକ୍ସ ଅଫିସ୍‌ରେ ଧମାଲ୍‌ କରି ପାରି ନାହିଁ। ଏହି ଚଳଚ୍ଚିତ୍ରଟି ଛଅ ଦିନରେ ମାତ୍ର ୩୮.୪୫ କୋଟି ଟଙ୍କା କଲେକସନ୍‌ କରିଛି। କୁହାଯାଉଛି କି ଫିଲ୍ମର କାହାଣୀ ସମସ୍ତଙ୍କୁ ନିରାଶ କରିଛି।

ଶ୍ୟାମଶେରା ଏକ ପିରିୟଡ୍, ଡ୍ରାମା-ଆକ୍ସନ୍ ଫିଲ୍ମ । ଏହାକୁ ନିର୍ଦ୍ଦେଶକ କରଣ ମଲହୋତ୍ରା ୧୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମାଣ କରିଥିଲେ। ଏହା ସାରା ଦେଶରେ ୪୩୫୦ ପରଦାରେ ରିଲିଜ୍‌ ହୋଇଥିଲା। କିନ୍ତୁ ପରିସ୍ଥିତି ଏପରି କି ଏହା ତିନି ଦିନ ପରେ ମଧ୍ୟ ହଲ୍‌ରେ ମଧ୍ୟ ଧମାଲ୍‌ କରିପାରି ନାହିଁ। ବୁଧବାର ଷଷ୍ଠ ଦିନରେ ସାରା ଦେଶରେ ୨.୧୦ କୋଟି ଟଙ୍କା କଲେକସନ୍‌ କରିଛି।

ତେବେ ଫିଲ୍ମଟି ପ୍ରଥମ ଦିନରେ ୧୦ କୋଟି ଟଙ୍କା ବ୍ୟବସାୟ କରିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଥମ ସପ୍ତାହରେ ଏହି ଫିଲ୍ମର କଲେକସନ୍‌ରେ ବିଶେଷ କିଛି ବୃଦ୍ଧି ହୋଇ ନାହିଁ । ରିଲିଜ୍‌ ହେବାର ଦ୍ବିତୀୟ ଦିନରେ ୧୦କୋଟି ଏବଂ ରବିବାର ଦିନ ୧୧ କୋଟି ବ୍ୟବସାୟ କରିଛି। ସୋମବାର ଅର୍ଥାତ୍‌ ଚତୁର୍ଥ ଦିନରେ ୨.୮୫ କୋଟି କରିବାବେଳେ ମଙ୍ଗଳବାର ୨.୫୦ କୋଟିରେ ପହଞ୍ଚିଛି। କିନ୍ତୁ ବୁଧବାର ଦିନ ୨.୧୦ କୋଟି କରିଛି। ଏଥିରୁ ଜଣାପଡୁଛି ଫିଲ୍ମଟି ଫ୍ଲପ୍‌ ହେବା ସହ ଅନେକ କ୍ଷତି ସହିବାକୁ ପଡିବ । ଆଶା କରାଯାଉଛି କି ଏହା ୫୦ କୋଟି ଛୁଇଁବ କି ନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login