ଭୁବନେଶ୍ୱର : ରାଜରାସ୍ତାରେ ଗୁରୁ । ଗତକାଲି ଗୁରୁ ଦିବସ ଥିବା ବେଳେ ଅହୋରାତ୍ର ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ରାଜଧାନୀ ଲୋୟର ପିଏମଜିରେ ଶିକ୍ଷକଙ୍କ ଅହୋରାତ୍ର ଧାରଣା । ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଆନ୍ଦୋଳନ ଜାରି। ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଶହ ଶହ ଶିକ୍ଷକ। ସମସ୍ତ ଯୋଗ୍ୟ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ, ଗ୍ରେଡ ପେରେ ଥିବା ଅସଙ୍ଗିତ ଦୂର କରିବା, ଅବସର ବୟସ ସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି, ପୁରୁଣା ପେନସନ ଲାଗୁ ସମେତ ୫ ଦଫା ଦାବିରେ ଗତକାଲି ଗୁରୁ ଦିବସରେ ଶିକ୍ଷକଶିକ୍ଷୟିତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ଓଷ୍ଟା, ନିଖିଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ନିଖିଳ ଉତ୍କଳ ସଂସ୍କୃତ ମହାସଂଘ୬୬୨ ଓ ୪୮୮ ବର୍ଗ କଲେଜ କର୍ମଚାରୀ ସଂଘ,ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ସାମିଲ ହୋଇଛନ୍ତି ।
Views: 38