ନୂଆଦିଲ୍ଲୀ : ଲୋକସଭାରେ ପାରିତ ହେଲା ସଂଶୋଧିତ ୱାକଫ ବିଲ । ବିଳମ୍ବିତ ରାତିରେ ଲୋକସଭାରେ ସଂଶୋଧିତ ବିଲ ପାରିତ । ବିଲ ସପକ୍ଷରେ ୨୮୮ ଓ ବିଲ ବିପକ୍ଷରେ ୨୩୨ ଭୋଟ । ଆଜି ରାଜ୍ୟସଭାରେ ଉପସ୍ଥିତ ହେବ ୱାକଫ ବିଲ୍ । ୧୯୯୫ ୱାକଫ୍ ଆଇନର ସଂଶୋଧନ ପାଇଁ ଏହି ବିଲ୍ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଜେପିସି ଦ୍ବାରା ବିଲ୍ ନେଇ ଆଲୋଚନା ବେଳେ ବିରୋଧୀଙ୍କ ମତକୁ ଗ୍ରହଣ କରାଯାଇନଥିବା ବିରୋଧୀ ଅଭିଯୋଗ ଆଣି ଏହାକୁ ଅଣସାମ୍ବିଧାନିକ ବୋଲି କହିଥିଲେ । ସଂଖ୍ୟାଲଘୁଙ୍କୁ ଅପମାନିତ କରବା ପାଇଁ ଏହି ବିଲ୍ ସରକାର ଆଣିଥିବା ଅଭିଯୋଗ କରିଥିଲା କଂଗ୍ରେସ । ଏହି ବିଲ୍ ପ୍ରତିବାଦରେ AIMIM ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ଲୋକସଭାରେ ବିଲ୍ ନକଲକୁ ଚିରି ଦେଇଥିଲେ । ତେବେ ବିରୋଧୀଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ ସରକାର । ସେହିପରି ୱାକଫ ସଂଶୋଧନ ବିଲ୍କୁ ବିରୋଧୀ ସାଂସଦ ମାନେ ଅସାମ୍ବିଧାନିକ ବୋଲି କହିବାରୁ କିରେନ ରିଜିଜୁ ଏହାକୁ ନିନ୍ଦା କରିଥିଲେ । ସେ କହିଥିଲେ ଯେ, ୱାକଫ ସମ୍ପତ୍ତି ସମ୍ବନ୍ଧୀୟ ଆଇନ ଦଶନ୍ଧି ଧରି ରହିଆସିଛି ଏବଂ କୋର୍ଟ ଏହାକୁ ରଦ୍ଦ କରି ନାହାନ୍ତି । ଏପରି ଶବ୍ଦକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ମୁସଲମାନ ୱାକଫ ବିଲ୍, ୨୦୨୪ ମଧ୍ୟ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍ ପାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟର କୋଟି କୋଟି ଗରିବ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବେ ।
ଲୋକସଭାରେ ୱାକଫ ବିଲ୍ ପାସ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...