ଭୁବନେଶ୍ୱର : ବାଲେଶ୍ୱର ଲୋକସଭା ପାଇଁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରିଥିବା ବେଳେ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାହିଁକି ଦଳ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଥିଲା । ଅନେକ ଗୁଡିଏ କାରଣ ରହିଥିଲା ବିଜେଡି ପାଖରେ । ଲେଖାଶ୍ରୀ ଦଳ ପ୍ରାର୍ଥୀ କରି ଅନେକ ଫାଇଦା ଇଠାଇବାକୁ ଚାହିଁଛି ।
ପ୍ରଥମ ହେଲା ମହିଳା ଟିକେଟ । ୩୩ ପ୍ରତିଶତ ମହିଳା ସଂରକ୍ଷଣ ହିସାବରେ ଲେଖାଶ୍ରୀଙ୍କୁ ଟିକେଟ ଦେଲା ଦଳ । ପୂର୍ବରୁ୬ ଜଣଙ୍କୁ ଦଳ ଟିକେଟ ଦେଇଥିଲା । ଆଉ ବଳକା ଥିଲା ଗୋଟେ ସିଟ । ତେଳୁ ଦଳ ଲେଖାଶ୍ରୀଙ୍କୁ ଟିକେଟ ଦେଇ ମାଷ୍ଟରଷ୍ଟ୍ରୋକ ଖେଳିଛି ।
ଦ୍ୱିତୀୟ କାରଣ ହେଉଛି ପୂର୍ବରୁ ରବୀନ୍ଦ୍ର ଜେନାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା । ତେଣୁ ଏଥର ତାଙ୍କୁ ପ୍ରାର୍ଥୀ କରି ଦଳ ଅକଳରେ ପଡିବାକୁ ଚାହୁଁନାହିଁ ।ପ୍ରତାପ ଷଡଙ୍ଗୀଙ୍କ ବିରୁଦ୍ଧରେ ବିଜେଡି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ଆଉ ବିଦ୍ରୋହର ସମ୍ମୁଖୀନ ହେବ ନାହିଁ ।
୩ୟ କାରଣ ରବୀନ୍ଦ୍ର ଜେନାଙ୍କୁ ନେଇ ଯେଉଁ ଅସନ୍ତୋଷ ଥିଲା ଏହି ଅଞ୍ଚଳରେ ଏବଂ ଅନେକ ଆଶାୟୀ ମଧ୍ୟ ଏହି ଅଞ୍ଚଳରେ ରହିଥିଲେ ତେଣୁ ଏ ସବୁ ଭିତରେ ଯଦି ଜଣେ ମହିଳାଙ୍କୁ ମୈଦାନକୁ ଅଣାଯାଉଛି ହୁଏତ ସେହି ବିଦ୍ରୋହ ଆଉ ଦେଖିବାକୁ ମିଳିବ ନାହିଁ । ତେଣୁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି ।
ଚତୁର୍ଥ କାରଣ ହେଉଛି ବଡ ଏବଂ ପ୍ରମୁଖ କାରଣ । ଲେଖାଶ୍ରୀ ହେଉଛି ସରକାରଙ୍କ ଜଣେ କଡା ସମାଲୋଚକ । ବିଜେପିରେ ଥିବାବେଳେ ସେ ଅନେକ ଥର ବିଜେଡି ସରକାରକୁ ନିନ୍ଦା କରିଛନ୍ତି । କଟୁ ସମାଲୋଚନା କରିଛନ୍ତି । ନବୀନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରନ୍ତି । ମହିଳା କଥା କୁହନ୍ତୁ କି ଅନ୍ୟ ଯେ କୈ÷ାଣସି ସବୁଥିରେ ସେ ବିଜେଡି ସରକାର ବା ନବୀନ ସରକାରଙ୍କୁ କଟୁ କଥା କୁହନ୍ତି ସମାଲୋଚନା କରନ୍ତି । କିନ୍ତୁ ଏବେ ଏଥିରୁ ବିଜେଡି ରକ୍ଷା ପାଇଯିବ ।
ପଞ୍ଚମ କାରଣ ଲେଖାଶ୍ରୀଙ୍କ ସାମ୍ନାରେ ଅଛନ୍ତି ପ୍ରତାପ ଷଡଙ୍ଗୀ । ଜଣେ ଭେଟେରାନ ଲିଡର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ପ୍ରତାପ ଷଡଙ୍ଗୀଙ୍କ ସପକ୍ଷରେ ଯେଉଁ ମତ ଥିଲା ତାକୁ ବିଜେଡି ଶିବିରକୁ କିପରି ଅଣାଯାଇ ପାରିବ ତା ଉପରେ ବିଜେଡି ଫୋକସ କରୁଥିଲା ।ଏଥିରୁ ଏକ ମୈାକା ମଧ୍ୟ ମିଳିଗଲା । ଲେଖାଶ୍ରୀ ହେଉଛନ୍ତି ନୀଳଗିରିର ବୋହୂ ବାଲେଶ୍ୱରରେ ଘର । ତେଣୁ ନିଜ ଅଞ୍ଚଳରେ ଲେଖାଶ୍ରୀଙ୍କର ବେଶ ଲୋକପ୍ରିୟତା ରହିଛି । ତେବେ ଲେଖାଶ୍ରୀ କହିଛନ୍ତି କି ବିଜେଡିର ଯେଉଁ ବିକାଶର ଚିନ୍ତାଧାରା ରହିଛି ସେ ତାକୁ ନେଇ ଆଗକୁ ବଢିବେ ।
ଲେଖାଶ୍ରୀଙ୍କୁ କାହିଁକି ପ୍ରାର୍ଥୀ କଲା ଦଳ ?
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











