The Ultimate Managed Hosting Platform
ADVERTISEMENT

ଜମ୍ମୁ-କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଉଧମପୁରରେ ମୋଦୀଙ୍କ ବଡ ଘୋଷଣା

Facebook
Twitter
LinkedIn

ନୂଆଦିଲ୍ଲୀ : ଉଧମପୁରରେ ମୋଦୀଙ୍କ ବଡ ଘୋଷଣା । ଜମ୍ମୁ-କାଶ୍ମୀରର ଉଧମପୁରରେ ଏକ ରାଜନୈତିକ ସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ପରେ ୨ଟି ବଡ ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି, ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ଏବଂ ଖୁବଶୀଘ୍ର ଏଠାରେ ନିର୍ବାଚନ ହେବ । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବାରମ୍ବାର ଏଠାରେ ନିର୍ବାଚନ କରିବାକୁ ଦାବି କରି ଆସୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ୨ଟି ବଡ ଘୋଷଣା ସହ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ଦେଶର ଲୋକଙ୍କ ପାଇଁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ଟିକିଏ ବି ଚିନ୍ତା ନାହିଁ । ଲୋକଙ୍କ ଭାବନା ସହ ଖେଳିବାରେ ସେମାନେ ମଜା ପାଉଛନ୍ତି । ନବରାତ୍ରୀରେ ଆମିଷ ଖାଇ ଏହାର ଭିଡ଼ିଓ ଛାଡି ଲୋକଙ୍କ ଭାବନା ସହ ଖେଳୁଛନ୍ତି । ଏଭଳି କରି ବିରୋଧୀ କାହାକୁ ଖୁସି କରିବାକୁ ଚାହୁଁଛନ୍ତି । ଏହି ପ୍ରସଙ୍ଗ ଉଠାଇବା ପରେ କିଛି ଲୋକ ମୋତେ ଗାଳି ଦେବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login