ରାଞ୍ଚି : କଂସେଇ ସାଜିଲା ପ୍ରେମିକ । ଲିଭ ଇନରେ ରହୁଥିବା ପ୍ରେମିକାକୁ କଲା ୫୦ ଖଣ୍ଡ । ପାର୍ଟନରକୁ ମାରିବା ପରେ ଫୋପାଡିଲା ଜଙ୍ଗଲରେ । ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାରେ ଘଟିଛି ଲୋମ ଟାଙ୍କୁରା ଘଟଣା ।
ଖୁଣ୍ଟି ଜିଲ୍ଲାର ୨୫ ବର୍ଷୀୟ ଯୁବକ ନରେଶ ଭେଙ୍ଗରା ଜଣେ ୨୪ ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ରହିଥିଲେ । ଦୁହେଁ କିଛିଦିନ ହେବ ତାମିଲନାଡ଼ୁରେ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । କିଛି ସମୟ ପୂର୍ବରୁ ସେ ଘରକୁ ଆସିଥିଲେ ଏବଂ ଅନ୍ୟ ଏକ ଝିଅକୁ ବିବାହ ମଧ୍ୟ କରିଥିଲେ । ଏହାପରେ ସେ ସ୍ତ୍ରୀକୁ ନ ନେଇ ତାମିଲନାଡ଼ୁ ଚାଲିଯାଇଥିଲେ । ଏହାର କିଛି ସମୟ ପରେ ଯୁବକ-ଯୁବତୀ ଖୁଣ୍ଟି ଜିଲ୍ଲାକୁ ଫେରିଥିଲେ । ହେଲେ ପ୍ରେମିକାକୁ ଘରକୁ ନ ନେବାକୁ ଚାହୁଥିଲେ । ଯୁବକ ତାଙ୍କ ଲିଭ ଇନ ପାର୍ଟନରଙ୍କୁ କିଛି ନ ଜଣାଇ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିଥିଲେ । ନରେଶ ପୁଣି ତାମିଲନାଡୁ ଫେରି ସେହି ଯୁବତୀଙ୍କୁ ନିଜ ଗାଁ ଖୁଣ୍ଟିକୁ ଆଣିଥିଲେ । ପରେ ଯୁବତୀଙ୍କୁ ପାଖ ଜଙ୍ଗଲକୁ ନେଇ ତଣ୍ଟି ଚିପି ମାରିବା ପରେ ଜଙ୍ଗଲରେ ୪୦ ଖଣ୍ଡ କରି କାଟିବା ପରେ ଜନ୍ତୁ ଖାଇବା ପାଇଁ ଫୋପାଡି ଦେଇଥିଲେ । ବୁଲା କୁକୁରଙ୍କ ଯୋଗୁ ଧରା ପଡ଼ିଗଲା ଅଭିଯୁକ୍ତ । ସେ ମାଂସଖଣ୍ଡ ପକାଇଥିବା ସ୍ଥାନରେ ବୁଲା କୁକୁର ବୁଲି ଭୁକିଥିଲା ବୋଲି ସ୍ଥାନୀୟ ଲୋକ ଜାଣିବାକୁ ପାଇଥିଲେ । ଏହାପରେ ପୋଲିସକୁ ସୂଚନା ଦେଇଥିଲେ ।
କୁକୁଡା କାଟିବାରେ ମାହିର ଥିଲା ନରେଶ । ତେଣୁ ପ୍ରେମିକାକୁ ହତ୍ୟା କରିବା ପରେ ୪୦ ରୁ ୫୦ ଖଣ୍ଡ କରି କାଟିଦେଇ ଜଙ୍ଗଲୀ ଜନ୍ତୁ ଖାଇବା ପାଇଁ ଛାଡିଦେଇଥିଲା । ପୋଲିସ ଏହା ଜାଣିବା ପରେ ହତ୍ୟାକାରୀ ନରେଶକୁ ଗିରଫ କରିଛି । ଗିରଫ କରିବା ପରେ ଅଧିକ ତଦନ୍ତ ଆରମ୍ଭ କରି ଯାଞ୍ଚ ଜାରି ରଖିଛି । ମାତ୍ର ୨୪ ନଭେମ୍ବରରେ ଘଟଣା ସାମନାକୁ ଆସିଥିଲା ।
ଲିଭ ଇନ ପ୍ରେମିକାକୁ ୪୦ ଖଣ୍ଡ କଲା ପ୍ରେମିକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...