The Ultimate Managed Hosting Platform
ADVERTISEMENT

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ

Facebook
Twitter
LinkedIn

ନବମବାର ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖାସ ହେବ ଚଳିତ ବର୍ଷ ଅଗଷ୍ଟ ୧୫ କାର୍ଯ୍ୟକ୍ରମ , କାରଣ ଦେଶ ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନ କରୁଛି ।

ପ୍ରାୟ ଏପରି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ସରକାରଙ୍କ ଦ୍ୱାରା ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମର ଗୁରୁତ୍ୱପୂର୍ଣ୍ଣ ପରିଣାମ ଉପରେ ଆଲୋକପାତ କରିଥାନ୍ତି ଓ କେବେ କେବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଥାନ୍ତି। ଗତବର୍ଷ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ଜାତୀୟ ହାଇଡ୍ରୋଜନ ମିସନ, ଗତିଶକ୍ତି ମାଷ୍ଟର ପ୍ଲାନ ଓ ୭୫ ସପ୍ତାହରେ ୭୫ଟି ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ଘୋଷଣା କରିଥିଲେ। ସେହିପରି ଏହା ପୂର୍ବ ବର୍ଷ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ଅବସରରେ ୬ ଲକ୍ଷରୁ ଅଧିକ ଗାଁକୁ ୧୦୦୦ ଦିନରେ ଅପ୍ଟିକାଲ ଫାଇବର ନେଟୱାର୍କରେ ଜୋଡିବା କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଘୋଷଣା କରିଥିଲେ। ସେହିପରି ପ୍ରତି ନାଗରିକଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟପତ୍ର ପ୍ରଦାନ ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ।

ତେବେ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ସମସ୍ତ ୮ଟି ଜାକ ସୀମା ସମେତ ସହରର ବ୍ୟସ୍ତତମ ବଜାର ଓ ଅଞ୍ଚଳର ସୁରକ୍ଷା କଡାକଡ଼ି କରାଯାଇଛି। କାର୍ଯ୍ୟକ୍ରମ ପାଳନ ବେଳେ ଡ୍ରୋନ ଦ୍ୱାରା ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଡ୍ରୋନ ନିରୋଧି ପ୍ରଣାଳୀ ମୁତୟନ କରାଯାଇଛି। ସେହିପରି ପୋଲିସ କର୍ମଚାରୀଙ୍କୁ ଆକାଶରେ ଉଡୁଥିବା କୌଣସି ପ୍ରକାର ସନ୍ଦିଗ୍ଧ ବସ୍ତୁର ମୁକାବିଲା ଲାଗି ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଥିବା କୁହାଯାଇଛି। ଲାଲାକିଲ୍ଲା ଆଖପାଖ ଅଞ୍ଚଳରେ ଗୁଡି ଉଡା ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ

ନୂଆଦିଲ୍ଲୀ : ଜମ୍ମୁକାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ୭୯ ବର୍ଷ ବୟସରେ ସତ୍ୟପାଲ ମଲ୍ଲିକଙ୍କ ପରଲୋକ । ଆରଏମଏଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ...

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା : ରିପୋର୍ଟ ମାଗିଲେ ଆରଡିସି

ଭୁବନେଶ୍ୱର : ଏମକେସିଜିରେ ଗୋଟିଏ ସିଲିଣ୍ଡର ୨ ଶିଶୁଙ୍କୁ ଦିଆଯିବା ଘଟଣା । ଏମକେସିଜି ଅଧକ୍ଷଙ୍କୁ ରିପୋର୍ଟ ମାଗିଲେ ଦକ୍ଷିଣାଞ୍ଚଳ ଆରଡିସି । ସୋସିଆଲ ମିଡିଆର ଏକ...

ADVERTISEMENT

Login