The Ultimate Managed Hosting Platform
ADVERTISEMENT

ଲାଫଟର-୨ର ବିଜେତା ହେଲେ କରଣ କୁନ୍ଦ୍ରା ଏବଂ ଏଲଭିଶ ଯାଦବ

Facebook
Twitter
LinkedIn

ମୁମ୍ବାଇ : ଲୋକପ୍ରିୟ ଶୋ’ ଲାଫଟର୍ ସେଫର ଫିନାଲେ ସହିତ ରବିବାର ଦିନ ଦ୍ବିତୀୟ ସିଜିନ୍ ଶେଷ ହୋଇଛି । ଫିନାଲେ ପରେ ଏହି ଶୋ’ରେ ହୋଇଥିବା ୱିନରଙ୍କ ନାଁ ଘୋଷଣା ମଧ୍ୟ କରାଯାଇଛି । ଏହି ଶୋ’ରେ କରଣ କୁନ୍ଦ୍ରା ଏବଂ ଏଲଭିଶ ଯାଦବଙ୍କ ଯୋଡ଼ି ଭିଜନ୍ ଅଫ୍ ଲାଫଟର୍ ସେଫ୍ ସିଜିନ୍ ୨ ର ଟାଇଟଲ୍ ଜିତିଛନ୍ତି । ଏହି ଶୋ ୬ ମାସ ଧରି ଦର୍ଶକଙ୍କୁ ମନୋରଞ୍ଜନ ଦେଇଛି । ଯାହା ଲୋକଙ୍କ ମୁହଁରେ ହସ ଫୁଟାଇଥିଲା । ସମସ୍ତ ପ୍ରତିଯୋଗୀଙ୍କ ସହିତ ଶୋ’ର ହୋଷ୍ଟ ଭାରତୀ ସିଂ ଏବଂ ସେଫ୍ ହରପାଲ ସିଂ ଏଥିରେ ଡବଲ ତଡ଼କା ଲଗାଇଥିବା ଦେଖିବାକୁ ମିଳିଥିଲା । ଗ୍ରାଣ୍ଡ ଫିନାଲେରେ ସେଫ୍ ହରପାଲ୍ ସିଂ ସୋଖି ଯୋଡିମାନଙ୍କୁ ଶେଷ ସିଜିନର ଖାଦ୍ୟ ତିଆରି କରିବାର ଦାୟିତ୍ବ ଦେଇଥିଲେ । କରଣ କୁନ୍ଦ୍ରା ଏବଂ ଏଲଭିଶ ଯାଦବ ୫୧ ଷ୍ଟାର୍ ଜିତି ସିଜନର ୱିନର ହୋଇଥିଲେ । ସେତେବେଳେ ରିମ ଶେଖ ଏବଂ ଏଲି ଗୋନି ୩୮ ଷ୍ଟାର୍ ଶୋ’ର ରନର ଅପ୍ ହୋଇଥିଲେ । ଗ୍ରାଣ୍ଡ ଫିନାଲେ ଏପିସୋଡର ହୋଷ୍ଟିଂ ପାଇଁ ’ପତି ପତି ଏବଂ ପଙ୍ଗା’ ସୋନାଲି ବେନ୍ଦ୍ର ଏବଂ ମୁନୱା ଫାରୁକୀ ଉପସ୍ଥିତ ରହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login