ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ-ରାଧିକା । ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ବର୍ତ୍ତମାନ ଏମାନଙ୍କ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଗୁଜରାଟର ଜାମନଗରରେ ୩ଦିନ ଅର୍ଥାତ୍ ମାର୍ଚ୍ଚ ୧-୩ତାରିଖ ପର୍ୟ୍ୟନ୍ତ ବିବାହ ପୂର୍ବ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା ଜ୍ଝ ଆଗକୁ ଜୁଲାଇରେ ଦୁହେଁ ବିବାହ କରିବେ ବୋଲି ଜଣାପଡିଛି । ତେବେ ଦେଶ ନୁହେଁ, ଉଭୟ ବିଦେଶରେ ଅର୍ଥାତ ଲଣ୍ଡନରେ ବିବାହ କରିବେ ବୋଲି ଜଣାପଡିଛି ଜ୍ଝ ଏନେଇ ବଡ ବଡ ସେଲିବ୍ରିଟିମାନଙ୍କୁ ନିମନ୍ତ୍ରଣ ପଠାଇଯାଇସାରିଛି । ଜାତୀୟ ଗଣମାଧ୍ୟମ, ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ଲଣ୍ଡନରେ ବିବାହ କରିବେ।
Views: 58