ବୁର୍ଲା : ବୁର୍ଲା ଭୀମସାର ଛାତରୁ ଡେଇଁ ରୋଗୀଙ୍କ ଜୀବନ ହାରିବା ଉଦ୍ୟମ । ଗୁରୁତର ଅବସ୍ଥାରେ କାଜୁଆଲିଟିରେ ଭର୍ତ୍ତି । କାଲି ନିଜ ତଣ୍ଟି କାଟି ଜୀବନ ହାରିବା ଉଦ୍ୟମ କରିଥିଲେ । କାଲି ଇଏନଟିରେ ଭର୍ତ୍ତି ହୋଇଥିଲେ , ପରେ ସର୍ଜରୀ ୱାର୍ଡ ପଠାଯାଇଥିଲା । ଆଜି କେଉଁ ପରିସ୍ଥିତିରେ ପ୍ରଥମ ମହଲାରୁ ଡେଇଁଲେ ଅସ୍ପଷ୍ଟ । ଗୁରୁତର ଥିବା ବ୍ୟକ୍ତି ଜଣକ ବିଜେପୁର ଥାନା ଭାଟିଗାଓଁର ସୁବୀର ସିରଦାର(୨୯) । ସୁବୀର ସିରଦାର ମଙ୍ଗଳବାର ରାତିରେ ଏକ ଧାରୁଆ ଅସ୍ତ୍ରରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଆଜି ଭୋର ସମୟରେ ଭିମସାରକୁ ସ୍ଥାନାନ୍ତର କରି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ଇଏନଟି ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ତାଙ୍କ ଅସ୍ତ୍ରୋପଚାର କରିବାର ଥିଲା। ଓଟି ସମ୍ମୁଖରେ ତାଙ୍କୁ ଅପେକ୍ଷା କରିବାକୁ କୁହାଯାଇଥିଲା । କୌଶଳକ୍ରମେ ସେଠାରୁ ଖସି ଯାଇ ସୁବୀର ଏକ ମହଲା ଛାତରୁ ତଳକୁ ଡେଇଁ ପଡ଼ିଥିଲେ।
ଭୀମସାର ଛାତରୁ ଡେଇଁ ଗୁରୁତର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











