The Ultimate Managed Hosting Platform
ADVERTISEMENT

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗାଡ଼ି ଉପରେ ଖସି ପଡ଼ିଲା ତୋରଣ

Facebook
Twitter
LinkedIn

କୋଣାର୍କ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ। କୋଣାର୍କଠାରେ ତାଙ୍କ ଗାଡ଼ି ଉପରେ ଏକ ବଡ଼ ଲୁହାର ତୋରଣ ଖସି ପଡ଼ିଥିଲା । ଫଳରେ ଗାଡ଼ିର ଉପରି ଭାଗ ଚେପା ହୋଇଯାଇଥିଲା। ତେବେ ସୌଭାଗ୍ୟ ବଶତଃ ସେହି ସମୟରେ ମନ୍ତ୍ରୀ ଗାଡ଼ିରେ ନ ଥିଲେ।

ସୂଚନା ଅନୁଯାୟୀ, ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଯୋଗ ଦେଇଥିଲେ। ଯୋଗ ଦିବସ ପାଳନ କରି କେନ୍ଦ୍ର ମନ୍ତ୍ରୀ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଆଇଓସିଏଲ୍‌ର ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ପାର୍କିଂରେ ଥିଲା। ମନ୍ତ୍ରୀ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଗାଡ଼ି ପାଖକୁ ଆସିଲା ବେଳେ ତାଙ୍କ ଗାଡ଼ି ଉପରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଲଗାଯାଇଥିବା ତୋରଣଟି ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ି ଡ୍ରାଇଭରର ମଧ୍ୟ କିଛି ହୋଇନାହିଁ। ହେଲେ ତାଙ୍କ ଗାଡ଼ିର ଉପରି ଭାଗ ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଛି। ତେବେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିମ୍ନମାନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।

ପରେ ମନ୍ତ୍ରୀ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login