ବାଲେଶ୍ୱର : ରେଳଧାରଣାରୁ ଉଠାଗଲା ୨୧ଟି ବଗି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାର୍ଯ୍ୟ । ବାହାନଗାରେ ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଲାଇନଚ୍ୟୁତ ହୋଇଥିବା ୨୧ଟି ବଗିକୁ ହଟାଇ ଦିଆଯାଇଛି । ଟ୍ରାକ୍ ଏବଂ ଓଭରହେଡ୍ ଲାଇନ୍ ମରାମତି କାର୍ୟ୍ୟ ଚାଲିଛି। ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ କରିବା ପାଇଁ ଅହୋରାତ୍ର ଚାଲିଛି କାମ । କାମରେ ଲାଗିଛନ୍ତି ହଜାରେରୁ ଅଧିକ କର୍ମଚାରୀ ଓ ଶ୍ରମିକ । ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆଜି ସକାଳେ ବି ଉପସ୍ଥିତ ଥିଲେ।
Views: 77