The Ultimate Managed Hosting Platform
ADVERTISEMENT

ଟ୍ରେନ ଟ୍ରାଜେଡି : ଏସସିବିରେ ୩ କେନ୍ଦ୍ରମନ୍ତ୍ରୀ

Facebook
Twitter
LinkedIn

କଟକ : କଟକ ଏସସିବିରେ ୩ କେନ୍ଦ୍ରମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ , ମନସୁଖ ମାଣ୍ଡଭୀୟ , ଧର୍ମେନ୍ଦ୍ର ପ୍ରଧାନ । ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସହ ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି ।
ସେପଟେ ବାହାନଗାରେ ଦୁର୍ଘଟଣାଗ୍ରସ୍ତ ରେଲେଓ୍ଵ ଲାଇନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ଲାଇନଚ୍ୟୁତ ହୋଇଥିବା ୨୧ଟି ବଗିକୁ ହଟାଇ ଦିଆଯାଇଛି । ଟ୍ରାକ୍ ଏବଂ ଓଭରହେଡ୍ ଲାଇନ୍ ମରାମତି କାର୍ୟ୍ୟ ଚାଲିଛି। ଏହି ରୁଟରେ ରେଳ ଚଳାଚଳକୁ ପୁଣି ଥରେ ସ୍ୱାଭାବିକ କରିବା ପାଇଁ ଅହୋରାତ୍ର ଚାଲିଛି କାମ । କାମରେ ଲାଗିଛନ୍ତି ହଜାରେରୁ ଅଧିକ କର୍ମଚାରୀ ଓ ଶ୍ରମିକ । ଆସନ୍ତା ବୁଧବାର ସକାଳ ସୁଦ୍ଧା ଏହି ବାଟରେ ଟ୍ରେନ୍ ଚଳାଚଳକୁ ସ୍ବାଭାବିକ କରାଯିବା ଦିଗରେ ପଦକ୍ଷେପ ନିଆଯାଇଛି। ଘଟଣାସ୍ଥଳରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଆଜି ସକାଳେ ବି ଉପସ୍ଥିତ ଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login