କଟକ : ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଛାତ୍ରୀ , ଅଧ୍ୟାପିକାଙ୍କ ପାଇଁ ଥିବା କଟକଣା ଘଣ୍ଟାକରେ ପ୍ରତ୍ୟାହୃତ । ସନ୍ଧ୍ୟା ସାଢେ ୫ଟା ପୂର୍ବରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଛାଡିବାକୁ ନିଦେ୍ର୍ଦଶ ରହିଥିଲା । ମହିଳା କର୍ମଚାରୀ , ଅଧ୍ୟାପିକା ଓ ଛାତ୍ରୀମାନଙ୍କ ପାଇଁ କଟକଣା ଲଗାଯାଇଥିଲା । ଏଥିରେ ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ରିସର୍ଚ୍ଚର ଅଫିସରେ କାମ କରିବେ ନାହିଁ ବୋଲି କୁହାଯାଇଥିଲା । ଏହାରି ଭିତରେ ପୁନର୍ବାର ବିଜ୍ଞପ୍ତିକୁ ପ୍ରତ୍ୟାହୃତ କରି ନେଲେ ରେଭେନ୍ସା କର୍ତ୍ତୃପକ୍ଷ । ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହୃତର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
Views: 30











