ନୂଆଦିଲ୍ଲୀ : ସୁନା ଦର ଦିନକୁ ଦିନ ବଢ଼ିବା ସହ ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ କରିଚାଲିଛି । ମାର୍ଚ୍ଚ ୧୯ରେ ଲଗାତର ଦ୍ବିତୀୟ ଦିନରେ ସୁନା ଦର ନୂଆ ରେକର୍ଡ କରିଛି । ମିଡିଲ ଇଷ୍ଟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତିର ଆର୍ଥିକ ପ୍ରଭାବ ସୁନାର ’ସୁରକ୍ଷିତ ନିବେଶ’ ଛବିକୁ ଆହୁରି ମଜବୁତ କରିଛି । ଏମସିଏକ୍ସ ଗୋଲ୍ଡ (୫ ଏପ୍ରିଲ କଣ୍ଟ୍ରାକ୍ଟ)ର ଦର ୦.୨୦ ପ୍ରତିଶତ ବଢ଼ି ୧୦ ଗ୍ରାମ ପିଛା ଦର ୮୮,୮୯୦ ଟଙ୍କାରେ ପହଞ୍ଚି ଯାଇଛି । ଇସ୍ରାଏଲ ଓ ଫିଲିସ୍ତିନୀ ମିଲିଟାଣ୍ଟ ଗ୍ରୁପ ହମାସ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଭୂ-ରାଜନୈତିକ ମୋର୍ଚ୍ଚା ଉପରେ ନୂଆ ଅନିଶ୍ଚିତତା ସୃଷ୍ଟି କରିଛି । ଫଳରେ ସୁନା ଦରକୁ ସପୋର୍ଟ ମିଳୁଛି । ଏକ ରିପୋର୍ଟ ମୁତାବକ ଇସ୍ରାଏଲ ବିମାନ ଆକ୍ରମଣରେ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଦୁଇ ମାସ ମଧ୍ୟରେ ଯୁଦ୍ଧବିରାମର ସମ୍ଭାବନା ସମାପ୍ତ ହୋଇଯାଇଛି । କାରଣ ହମାସ କବଜାରେ ଥିବା ବନ୍ଧକଙ୍କୁ ମୁକ୍ତ କରିବାକୁ ଓ ଅଧିକ ବଳ ପ୍ରୟୋଗ କରିବାକୁ ଇସ୍ରାଏଲ ଘୋଷଣା କରିଥିବା ଫିଲିସ୍ତିନୀ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ସଭିଙ୍କ ନଜର ୟୁଏସ ଫେଡେରାଲ ରିଜର୍ଭର ମୁଦ୍ରା ନୀତି ଓ ଫେଡ ଚେୟାରମ୍ୟାନଙ୍କ ଆର୍ଥିକ ବିକାଶ ଓ ମୁଦ୍ରାସ୍ଫୀତି ପ୍ରାଜେକ୍ସନ ଉପରେ ରହିଛି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ ଟାରିଫ ନୀତି କାରଣରୁ ଅନିଶ୍ଚିତତା ବୃଦ୍ଧି ପାଇଥିବା ବେଳେ ଏପରି ସ୍ଥିତିରେ ଫେଡ ସୁଧ ହାର ହ୍ରାସ କରିବ ବୋଲି ଏକ୍ସପର୍ଟ ଆଶା କରିଛନ୍ତି ।
ରେକର୍ଡ କଲା ସୁନା ଦର, ୨୪ କ୍ୟାରେଟ ସୁନା ଦର ୯୦ ହଜାର ନିକଟତର
Facebook
Twitter
LinkedIn
Facebook
Twitter
LinkedIn
Recent News
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...
ନବକଳେବର ହେବ କଲେକ୍ଟରେଟ ବିଲ୍ଡିଂ
ଭୁବନେଶ୍ୱର : ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକର ହେବ ନବକଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ କୋଠା ନିର୍ମାଣ ହେବ । କଲେକ୍ଟରେଟ କୋଠାରେ...
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ
ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...











