The Ultimate Managed Hosting Platform
ADVERTISEMENT

ରୁଷୀୟ ବିମାନ ଦୁର୍ଘଟଣା, କିଛି ସମୟ ତଳେ ନିଖୋଜ ଥିଲା

Facebook
Twitter
LinkedIn

ନୂଆଦିଲ୍ଲୀ : ୪୯ ଯାତ୍ରୀଙ୍କୁ ନେଇ ଯାୁଥିବା ରୁଷୀୟ ବିମାନ ଦୁର୍ଘଟଣା । ଚୀନ ସୀମାନ୍ତ ଅମୁର ଅଞ୍ଚଳରେ ଉଡାଣ ବେଳେ ଦୁର୍ଘଟଣା ଘଟିଛି । ବିମାନଟି ସାଇବେରିଆ ସ୍ଥିତ ଅଙ୍ଗାରା ଏୟାରଲାଇନ୍ସର । କିଛି ସମୟ ତଳେ ଯାତ୍ରୀବାହୀ An-24 ବିମାନ ନିଖୋଜ ହୋଇଥିଲା । ରାଡାର ସହ ଯୋଗାଯୋଗ ହୋଇପାରିନଥଲା । ବିମାନରେ ୫ ଶିଶୁ ଓ କ୍ରିଉ ମେମ୍ବର ସମେତ ୫୦ ଜଣ ଯାତ୍ରୀ ଥିଲେ ।
ବିମାନଟି ରୁଷର ଇରକୁଟ୍ସ ବିମାନବନ୍ଦରରୁ ଅଙ୍ଗାର ଏୟାରଲାଇନ୍ସର ଏକ ବିମାନ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଆକାଶରୁ ଗାଏବ ହୋଇଯାଇଥିଲା । ରୁଷରେ ଅଙ୍ଗାର ଏୟାରଲାଇନ୍ସର ଏକ ବିମାନ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଆକାଶରୁ ଗାଏବ ହୋଇଯାଇଥିଲା । ବିମାନଟି ଉଡ଼ାଣ ଭରିବାର କିଛି ସମୟରେ ଏଟିସି ସହିତ ସଂପର୍କ ଛିନ୍ନ ହୋଇଯାଇଥିଲା । ବିମାନ ନିଖୋଜ ହେବା ପରେ ରୁଷ ଆପତ୍ତକାଳୀନ ମନ୍ତ୍ରଣାଳୟ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା । ନିଖୋଜ ବିମାନକୁ ଖୋଜିବା ପାଇଁ ହେଲିକପ୍ଟର ଏବଂ ଡ୍ରୋନ ନିୟୋଜିତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login