The Ultimate Managed Hosting Platform
ADVERTISEMENT

ରୁଷର ବର୍ବରତା , ବନ୍ଧକୁ ଧ୍ୱଂସ କରିବା ପରେ ୟୁକ୍ରେନରେ ବନ୍ୟା

Facebook
Twitter
LinkedIn

ନୂଆଦିଲ୍ଲୀ : ବିଗତ ଦେଢ଼ ବର୍ଷ ଧରି ରୁଷ୍ ସହ ଯୁଦ୍ଧ ଲଢ଼ୁଛି ୟୁକ୍ରେନ। ଏହି ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ବର୍ବାଦ ହୋଇଯାଇଛି। ବର୍ତ୍ତମାନ ସେଠାକାର ସବୁଠୁ ବଡ଼ ବନ୍ଧକୁ ଧ୍ୱଂସ କରିଦେଇଛି ରୁଷୀୟ ସେନା, ଯେଉଁ କାରଣରୁ ଦେଶରେ ପ୍ରଳୟଙ୍କରୀ ବନ୍ୟା ମାଡ଼ି ଆସିଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମିତ୍ରୋ କୁଲେବା ସୋସିଆଲ ମିଡିଆରେ କହିଛନ୍ତି ଯେ ରୁଷ୍ ହଜାର ହଜାର ନାଗରିକଙ୍କୁ ବିପଦରେ ପକାଇ କାଖୋଭକା ବନ୍ଧକୁ ନଷ୍ଟ କରିଦେଇଛି, ଯାହାକି ଏକ ଜଘନ୍ୟ ଯୁଦ୍ଧ ଅପରାଧ। ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଯେଉଁ ବନ୍ଧ ଭାଙ୍ଗିଛି, ତାହା ଏକ ପରମାଣୁ ପ୍ଲାଣ୍ଟ୍ ପାଖରେ ରହିଛି। ତେଣୁ ବନ୍ୟାରେ ବିପର୍ୟ୍ୟୟ ସହିତ ଆଟୋମିକ୍ ରାଡିଏସନ ବ୍ୟାପିବାର ମଧ୍ୟ ଆଶଙ୍କା ଦେଖାଦେଇଛି। ବନ୍ଧ ଭାଙ୍ଗିବା ପରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ୟୁକ୍ରେନର ତଳିଆ ଅଞ୍ଚଳକୁ ବୁଡ଼ାଇ ଦେଇଛି। ଫଳରେ ସ୍ଥାନୀୟ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ପଡ଼ୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login