ୟୁପି : ରିଲ୍ସ ନିଶା କରୁଛି କାଳ । ଟ୍ରେନ ଟ୍ରାକରେ ରିଲ୍ସ କରୁଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯୁବକ । ଉତ୍ତରପ୍ରଦେଶ ସହାରନପୁରରେ ରେଲୱେ ଟ୍ରାକରେ ଶୋଇ ରିଲସ୍ ବନାଉଥିଲେ ଜଣେ ଯୁବକ । ସେ ଗଙ୍ଗୋହ ଅଞ୍ଚଳ ଖାନପୁର ଗାଁର ଯୁବକ ରମଣ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ଯେ, ସେ କିଭଳି ତାଙ୍କ ଜୀବନକୁ ବାଜି ଲଗାଇ ଭିଡିଓ ବନାଉଛନ୍ତି । କିନ୍ତୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି ଯୁବକ । ଯାହାର ଭିଡିଓ ସୋସିଆଲ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓ ଦେଖିବା ମାତ୍ରେ ଜିଆରପି ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ରମଣଙ୍କୁ ଗିରଫ କରିଛି । ଅନ୍ୟପଟେ ରେଳ ପ୍ରଶାସନ ଏବଂ ପୋଲିସ ଏହି ମାମଲାକୁ ନେଇ ଚେତାବନୀ ଦେଉଛନ୍ତି । ଏହା ସତ୍ତ୍ବେ ମଧ୍ୟ ଲୋକ ନିଜ ଜୀବନ ପ୍ରତି ଧ୍ୟାନ ଦେଉନାହାନ୍ତି । ଲୋକଙ୍କ ରିଲସ ବନେଇବାର ଆଗ୍ରହ ଏତେ ଯେ ମୃତ୍ୟୁ ସହ ଖେଳିବାକୁ ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି ।
Views: 13