ପାଟନା : ବିହାରର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ । ଏଯାଏ ଗଲାଣି ୧୦୨ ଜଣଙ୍କ ଜୀବନ । ବିହାରରେ ସବୁଠାରୁ ଅଧିକ ଦେଖିବାକୁ ମିଳିଛି ପ୍ରକୃତିର ପ୍ରଭାବ । ଭୀଷଣ ବର୍ଷା ଏବଂ ବ୍ରଜପାତ ଯୋଗୁଁ ଗତ ୨୪ ଘଣ୍ଟାରେ ୮୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାଳନ୍ଦା, ସିୱାନ୍, ସରଣ, ଭୋଜପୁର, ଗୟା, ଦାରବଙ୍ଗା, ଜାମୁଇ ଏବଂ ସାହାରା ସମେତ ପ୍ରଭାବିତ ହୋଇଛି ୨୦ ଟି ଜିଲ୍ଲା । ନାଳନ୍ଦାରୁ ପ୍ରାଣ ହରାଇଛନ୍ତି ସର୍ବାଧିକ । କେବଳ ନାଳନ୍ଦାରେ ଏକ ବିରାଟ ବର ଗଛ ଉପୁଡ଼ି ମନ୍ଦିର ଉପରେ ପଡ଼ିଯିବାରୁ ୨୨ ଜଣଙ୍କ ଜୀବନ ଯାଇଛି । ପାଟଣାରେ ସର୍ବାଧିକ ୪୨. ୬ ମିଲିମିଟର ରେକର୍ଡ ହୋଇଛି । ଆଗକୁ ଆହୁରି ବର୍ଷା ସମ୍ଭାବନା ରହିଛି । ଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିହାରରେ ବର୍ଷା ଏବଂ ଝଡ଼ ଯୋଗୁଁ ହୋଇଥିବା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପାଇଁ ଘୋଷଣା କରିଛନ୍ତି ।
ବିହାରରେ କାଳବୈଶାଖୀ ବର୍ଷା, ଗଲାଣି ୧୦୨ ଜଣଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











