ନୋଏଡ଼ା: ସୀମା ପାର କରି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବଂ ତାଙ୍କ ପ୍ରେମିକ ସଚିନଙ୍କ ଲଭଷ୍ଟୋରୀ ଆଉ କାହାକୁ ଅଛପା ନାହିଁ । ସୋସିଆଲ ମିଡିଆରେ ସବୁଠୁ ଅଧିକ ଟ୍ରେଣ୍ଡ କରୁଛି ଏହି ଖବର । ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ପ୍ରତିଦିନ ନୂଆ ନୂଆ ଆଲୋଚନା ହେଉଛି । ତେବେ ରିୟଲ ଲାଇଫରେ ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ଭାରତର ସଚିନଙ୍କୁ ନେଇ ସୃଷ୍ଟି ହୋଇଥିବା ପ୍ରେମ କାହାଣୀ ଏବେ ରିଲ ହେବାକୁ ଯାଉଛି । ଏବେ ତାଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯାହାର ନାମ ରଖାଯାଇଛି ‘କରାଚି ଟୁ ନୋଏଡା’ । ଯାହାର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇ ଥିବାବେଳେ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୦ରେ ଫିଲ୍ମର ପ୍ରଥମ ଗୀତ ରିଲିଜ୍ ହେବ ।
Views: 96