ମୁମ୍ବାଇ : ବଲିଉଡ ସୁପରଷ୍ଟାର ବିକି କୌଶଲ ପୁଣିଥରେ ତାଙ୍କ ଦମଦାର ଅଭିନୟ ପାଇଁ ଚର୍ଚ୍ଚାରେ । ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର, ଛାବା ଫିଲ୍ମ ହଲରେ ମୁକ୍ତିଲାଭ କରିଛି ଏବଂ ବକ୍ସ ଅଫିସରେ ଏକ ଭଲ କଲେକ୍ସନ ଆରମ୍ଭ କରିଛି । ଫିଲ୍ମରେ ଭିକି ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଶମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସେ ନିଜ ଫିଲ୍ମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି । ଫିଲ୍ମର ପ୍ରଥମ ଦିନର କଲେକ୍ସନ ଦର୍ଶାଉଛି ଯେ ଭିକି କୌଶଳଙ୍କ ଫିଲ୍ମ ୨୦୨୫ ର ହିଟ୍ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି ।
Views: 25