ନୂଆଦିଲ୍ଲୀ : ରିଲିଜ ହେଲା ବଲିଉଡ ଫିଲ୍ମ “ଆନିମଲ” ଟିଜର । ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ ଅବସରରେ ଚଳଚିତ୍ର ‘ଆନିମଲ’ର ନିର୍ମାତା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସେୟାର କରିଛନ୍ତି। ପୂର୍ବରୁ ‘ଆନିମଲ’ର ପୋଷ୍ଟର ଦେଖିବା ପରେ ଫିଲ୍ମଟି ଦମଦାର ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଏହି ଟିଜର ଦେଖିବା ପରେ ପ୍ରଶଂସକଙ୍କ ଆଶାକୁ ଦ୍ୱିଗୁଣିତ କରିଛି ଜ୍ଝ ଆଜି ରଣବୀରଙ୍କ ଜନ୍ମଦିନ ଏବଂ ଏହି ବିଶେଷ ଦିନରେ ‘ଆନିମଲ’ର ନିର୍ମାତା ଫିଲ୍ମର ଟିଜର ସେୟାର କରିଛନ୍ତି। ଟିଜର ପୂର୍ବରୁ ନିର୍ମାତା ଷ୍ଟାର କାଷ୍ଟର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ କରିଥିଲେ ଜ୍ଝ ଯାହା ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଥିଲା ଅନୀଲ କପୁର ଏବଂ ରଣବୀର କପୁର ପିତା ଏବଂ ପୁଅଙ୍କ ଚରିତ୍ରରେ ନଜର ଆସିଛନ୍ତି। ଯେଉଁଠାରେ ଅନିଲ ତାଙ୍କ ପୁଅକୁ ନେଇ ବହୁତ ନିରାଶ ମନେ ହେଉଛନ୍ତି ।
Views: 97