
ବାଲେଶ୍ଵର ଜିଲ୍ଲା ବସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଭେଲୋରା – ସିଂଲା, ଭାୟା ପାଉଁଶକୁଲି ରାସ୍ତା ସାଜିଛି ମରଣ ଜନ୍ତା। ଉକ୍ତ ରାସ୍ତା ଟି ଭେଲୋରା ୬୦ ନମ୍ବର ଜାତୀୟ ରାଜପଥ ଠାରୁ ସିଂଲା ଛକ କୁ ସଂଯୋଗ କରିଛି। ତେବେ ପାଉଁଶକୁଲି ପଞ୍ଚାୟତ ଅଫିସ୍ ଠାରୁ ମାଣିକ ପୁରା ,

ଉଜୁଡା, କାଣ୍ଡଗାଁଆ ପର୍ଯ୍ୟନ୍ତ ତିନି କିମି ରାସ୍ତାରେ, ପ୍ରାୟ ୩୦୦ ରୁ ଅଧିକ ଛୋଟ ବଡ ଗାଡିଆ ଓ ଅସଂଖ୍ୟ, ଖାଲ ଖମା ସୃଷ୍ଟି ହୋଇଛି। ସେହିପରି ଗିଲାଯୋଡି, ଆମ୍ବକୁଡୁଚି ଓ ସିଂଲା ମେଡିକାଲ ରୋଡ ରାସ୍ତାର ଅବସ୍ଥା ମଧ୍ୟ ସମାନ ବ୍ୟବସ୍ଥା । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଏକ ସପ୍ତାହ ପର୍ଯ୍ୟନ୍ତ ପାଣି ଛିଡା ହୋଇ ଜଳାଶୟ ର ଭ୍ରମ ସୃଷ୍ଟି କରୁଛି। ପାଣି ଜମି ରହିଥିବାରୁ ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହେବା ସହିତ, ପାଣି ଭିତରେ ଥିବା ଅଦୃଶ୍ୟ ଖାଲ ଖାମା ରେ ପଡି ଛାତ୍ର ଛାତ୍ରୀ , ସାଇକେଲ ଚାଳକ, ବାଇକ ଆରୋହୀ ଦୁର୍ଘଟଣାର ସ୍ବୀକାର ହେଉଛନ୍ତି। ଏହି ରାସ୍ତା ଦେଇ ଦୈନିକ ଯାତ୍ରୀ ବାହି ବସ , ଆମ୍ବୁଲାନ୍ସ, ପୋଲିସ ଭ୍ୟାନ, ଟ୍ରକ୍,ଟ୍ରାକ୍ଟର,ଡମ୍ପର, ସ୍କୁଲ କଲେଜ ଛାତ୍ର ଛାତ୍ରୀ ସହିତ, ବସ୍ତା, ବାଲିଆପାଳ, ଜଳେଶ୍ଵର ବ୍ଲକର ଲୋକେ ନିର୍ଭର କରିଥାନ୍ତି। ଏହା ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ବେଳେ, ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ପାଇଁ ବିଳମ୍ବ ହୋଇଥାଏ । ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତାର ମରାମତି କିମ୍ବା ଉନ୍ନତି କରଣ ଉପରେ ଧ୍ୟାନ ନଦେଇ କୁମ୍ଭକର୍ଣ୍ ନିଦ୍ରାରେ ଶୋଇ ରହିଥିବାରୁ, ସାଧାରଣରେ ତେଜୁଛି ଜନ ଅସନ୍ତୋଷ।

ଅନ୍ୟପଟେ ଅନାବଶ୍ୟକ ଭାବେ ,ଅନେକ ସ୍ଥାନରେ ଭଲ ରାସ୍ତାଥାଇ ବି ରାସ୍ତା ଉପରେ ରାସ୍ତା ନିର୍ମାଣ କରି, ରାଜ୍ୟ ରାଜକୋସରୁ ଅର୍ଥ ସାରି ଠିକାଦାର ଙ୍କୁ ଖୁସି କରାଯାଉଛି ବୋଲି ଅଭିଯୋଗ ହେଉଛି। ଯାହାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବଚ୍ଛତା ଓ ନିଷ୍ଠପରତା ଉପରେ ପ୍ରଶ୍ନବାଚି । ତୁରନ୍ତ ଜିଲ୍ଲା ପ୍ରଶାସନ ,ବିଭାଗୀୟ ଉଚ୍ଚ କର୍ତୁ ପକ୍ଷ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳ ବାସି ଦାବି କରିଛନ୍ତି।