ବିନିକା : ରାସ୍ତା କାମକୁ ନେଇ ୮ ଘଣ୍ଟିଆ ବିନିକା ସହର ବନ୍ଦ । ସଚେତନ ନାଗରିକ ମଞ୍ଚ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ । କଲେଜ ଛକରେ ଟାୟାର ଜାଳି ରାସ୍ତା ଅବରୋଧ । ଶିକ୍ଷାନୁଷ୍ଠାନ , ଅଫିସ ଓ ବ୍ୟାଙ୍କ ବନ୍ଦ । ରାସ୍ତା ଖରାପ ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଏହାସହ ଖାଲଢିପ ଓ ଧୂଳମିୟ ରାସ୍ତାରେ ଯାତାୟାତ କରୁଛନ୍ତି ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ପାପକ୍ଷୟ ଛକରୁ ଡଭଲା ଛକ ପର୍ୟ୍ୟନ୍ତ ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା ।ବାରମ୍ବାର ଦାବି ପରେ ମଧ୍ୟ ରାସ୍ତା ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହେଉଛି । ଫଳରେ ବିନିକା ସଚେତନ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।
Views: 26