ରାୟଗଡା : ପ୍ରଥମ ପ ର୍ଯ୍ୟାୟ ଟଙ୍କା ୩ଟି କିସ୍ତିରେ ମହିଳାଙ୍କୁ ମିଳିଛି । ତଥାପି ଏବେବି ଅନେକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ବହୁ ମହିଳା ଏହି ଯୋଜନାରୁ ବାଦ ପଡିଛନ୍ତି । ସୁଭଦ୍ରା ଯୋଜନାରୁ ବଞ୍ଚିତ ରାୟଗଡ଼ ବ୍ଲକ ହାତିବାଡି ଗାଁର ମହିଳାମାନେ ପ୍ରତିବାଦରେ କରିଛନ୍ତି ରାସ୍ତାରୋକ୍ । ମହିଳାମାନେ ପାରଳାଖେମୁଣ୍ଡିରୁ ମୋହନା ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ଓ ତଥ୍ୟ ଦାଖଲ ସତ୍ତ୍ୱେ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ ଯୋଗାଯୋଗ କରିଥିଲେ ଗାଁର ମହିଳା । ହେଲ୍ପ ଲାଇନରୁ ମହିଳାଙ୍କ ନାମରେ ୩ରୁ ୪ ଏକର ଜମି ରହିଥିବା କୁହାଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହାଯିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ । ଗାଁର ଅଧିକାଂଶ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇ ରାଜ ରାସ୍ତାକୁ ଓହ୍ଲାଇଥିଲେ । ଖବରପାଇ ରାୟଗଡ଼ ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲା ମହିଳା ।
ରାସ୍ତାକୁ ଓହ୍ଲାଇଲେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...