ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମୀଷା ପଟେଲ ଠକେଇ ମାମଲାରେ ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହ ପୁଣି ଜୁନ ୨୧ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅମୀଷା ପଟେଲଙ୍କ ଉପରେ ରାଞ୍ଚର ଫିଲ୍ମ ପ୍ରଯୋଜକ ଅଜୟ କୁମାର ସିଂ ଚେକ୍ ବାଉନ୍ସ ମାମଲା ଦାୟର କରିଥିଲେ । ଏହାସହ ଠକେଇ ଓ ଧମକ ଦେବା ଭଳି ଅଭିଯୋଗ ଆଣିଥିଲେ ଅଜୟ କୁମାର ସିଂ । ଅମୀଷାଙ୍କ ଉପରେ ଅଭିଯୋଗ ଥିଲା କି ସେ ଏକ ସିନେମା ପ୍ରମୋଶନ ଓ ପବ୍ଲିସିଟି ପାଇଁ ଫିଲ୍ମ ନିର୍ମାତା ଅଜୟ କୁମାର ସିଂଙ୍କ ଠାରୁ ୨.୫ କୋଟି ଟଙ୍କା ଅଗ୍ରୀମ ନେଇଥିଲେ । ସିନେମା ସମ୍ପୂର୍ଣ୍ଣ ହେବା ପରେ ସୂଧ ସହ ଟଙ୍କା ଫେରାଇ ଦେବାକୁ ଏଗ୍ରିମେଣ୍ଟ କରିଥିଲେ । ୨୦୧୩ ମସିହାର୍ରୁ ଆରମ୍ଭ ହୋଇଥିବା ସିନେମା ଶେଷ ହେବାରେ ବିଳମ୍ବ ହେବାରୁ ଅଜୟ ଅମୀଷାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଅମୀଷା ଟଙ୍କା ନଫେରାଇ ତାଙ୍କୁ ଧମକ ଚମକ ଦେଉଥିଲେ ।ଅମୀଷା ପଟେଲଙ୍କ ନାମରେ ଏହି ମାମଲାରେ କୋର୍ଟ ବାରମ୍ବାର ହାଜିର ହେବାକୁ ନୋଟିସ ଜାରି କରିଥିଲେ । ହେଲେ ସେ କୋର୍ଟଙ୍କ ନୋଟିସକୁ ବେଖାତର କରି କୋର୍ଟରେ ହାଜର ହେଉ ନଥିଲେ । ଏହାପରେ କୋର୍ଟ ଅମୀଷାଙ୍କ ନାମରେ ୱାରେଣ୍ଟ ଜାରି କରିଥିଲେ ।
ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତ୍ରୀ ଅମୀଷା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...