The Ultimate Managed Hosting Platform
ADVERTISEMENT

ରାଜ୍ୟ ସରକାରଙ୍କୁ ମୋଦୀଙ୍କ ଟାର୍ଗେଟ; ଓଡିଶା ପାଇଂ ମୋଦୀ ଦିଲ୍ଲୀରୁ ପଠାଉଛନ୍ତି ଟଙ୍କା କିନ୍ତୁ ବିଜେଡି ସରକାର ନିଜର ଷ୍ଟିକର ଲଗାଇ ବାହାବା ନେଉଛି,.

Facebook
Twitter
LinkedIn

ବ୍ରହ୍ମପୁର : ବ୍ରହ୍ମପୁର କନିଷି ଜନସଭାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ ନାରା ଦେଇ ଜନତାଙ୍କ ଆଶୀର୍ବାଦ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପରେ ଲୋକଙ୍କୁ କେନ୍ଦ୍ରର ସବୁ ଯୋଜନାକୁ ଗୋଟି ଗୋଟି କରି ଗଣାଇବା ସହ ବିଜେଡି ସରକାର ଉପରେ ବର୍ଷିଛନ୍ତି । କହିଛନ୍ତି ଓଡିଶା ପାଇଁ ଦିଲ୍ଲୀରୁ ଟଙ୍କା ପଠାଉଛି ମୋଦୀ ସରକାର । ହେଲେ ଏହାକୁ ନିଜର ଯୋଜନା କହି ଏହା ଉପରେ ନିଜ ଷ୍ଟିକର ଲଗାଇ ବାହାବା ନେଉଛି ବିଜେଡି ସରକାର । ପ୍ରଧାନମନ୍ତ୍ରୀ ସଡକ ଯୋଜନା , ଜଳଜୀବନ ଯୋଜନା ପାଇଁ ଯଥେଷ୍ଟ ଟଙ୍କା ପଠାଇଛି ମୋଦୀ ସରକାରୀ । ହେଲେ ଏହାକୁ ଖର୍ଚ୍ଚ କରିପାରିଲାନି ବିଜେଡି ସରକାର । ଏପରିକି କେନ୍ଦ୍ର କରିଥିବା ଆୟୁଷ୍ମାନ ଯୋଜନାକୁ ତ ବିଜେଡି ସରକାର ରାଜ୍ୟରେ କାର୍ୟ୍ୟକାରୀ କରିବାକୁ ଦେଲେନି । ହେଲେ ଲେଖିରଖ .. ଜୁନ୍ ୧୦ରେ ଯେଉଁଦିନ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ସେହିଦିନ ହିଁ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁହେବ । କାହାରି ଘରେ ବୟସ୍କଙ୍କ ପାଇଁ ନିଜ ହାତରୁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login