ଭୁବନେଶ୍ୱର : ରାଜ୍ୟରେ ବଢୁଛି ଅପରାଧିକ କାର୍ଯ୍ୟକଳାପ । ଗୃହରେ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯ଶହ ୫୪ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି। ଏଥୁରୁ ପରିଲକ୍ଷିତ ହେଉଅଛି ଯେ ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ବୃଦ୍ଧି ଘଟିଛି। ୨୦୨୩ରେ ଚୋରିକୁ ନେଇ ମୋଟ୍ ୧୬ ହଜାର ୮ଶହ ୫୧ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୧୭ ହଜାର ୮ଶହ ୦୫ ହୋଇଛି।
Views: 19