ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ବର ମହାନଗର ନିଗମ ବିଏମ୍ସି ପକ୍ଷରୁ ବୁଲା କୁକୁରଙ୍କ ଗଣନା ହେବ । ସମୁଦାୟ ଦୁଇଟି ପର୍ୟ୍ୟାୟରେ ମୋଟ ୬୭ଟି ଓ୍ବାର୍ଡରେ ଥିବା ବୁଲା କୁକୁରଙ୍କ ଗଣନା କରାଯିବ । ବୁଲା କୁକୁର ଗଣନା ପାଇଁ ଜୋନ୍, ଓ୍ୱାର୍ଡ ଓ ଓ୍ୱାର୍ଡରେ ଥିବା ପ୍ରତ୍ୟେକ ଗଳି ପାଇଁ ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଗଳିକନ୍ଦିରେ ଦୁଇ ଦୁଇଟି ପର୍ୟ୍ୟାୟରେ ଏବଂ ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁର ଗଣନା କରାଯିବ । ଏଥିପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମ ପର୍ୟ୍ୟାୟ ସେପ୍ଟେମ୍ବର ୧୭ରୁ ୨୦ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ, ଦ୍ବିତୀୟ ପର୍ୟ୍ୟାୟ ୨୧ରୁ ୨୪ତାରିଖ ପର୍ୟ୍ୟନ୍ତ ଚାଲିବ । ଭୋର ୫ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ଏହି କୁକୁର ଗଣନା ଚାଲିବ ।
Views: 29