ଜୟପୁର : ରାଜସ୍ଥାନ ଜାମୱାରାମଗଡରେ ଭୟଙ୍କର କାର ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତ୍ୟୁ । ମନୋହରପୁର-ଦୈାସା ଏନଏଚରେ କାରକୁ ଧକ୍କା ଦେଲା ଟ୍ରଲର । ମୃତକ ମାନେ ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ ଘଟିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ଉଦ୍ଧାର କରିଥିଲା । କାରରେ ଥିବା ୫ ଜଣଙ୍କ ଜୀବନ ଚାଲିଯାଇଛି । ପୋଲିସ ଗାଡ଼ିରୁ ମୃତଦେହ କାଢି ସ୍ଥାନୀୟ ହସପିଟାଲରେ ରଖିଛି । ତେବେ ଏମାନେ ସମସ୍ତେ ଖାଟୁଶ୍ୟାମଜୀ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ତେବେ ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ଜଣେ ପିଲା ସାମିଲ ରହିଛି । ଖବର ମୁତାବକ, ଆଜି ସକାଳ ସମୟରେ ଦୌସା-ମନୋହରପୁର ହାଇୱେ ସ୍ଥିତ ନେକାୱାଲା ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣା ଘଟିଛି । ଟ୍ରଲର ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁଇଟି ଯାକ ଗାଡ଼ି ଖାଇକୁ ଓଲଟି ପଡିଥିଲା । ଫଳରେ ଦୁର୍ଘଟଣାରେ କାରରେ ଥିବା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଛି ।
Views: 48