ନୂଆଦିଲ୍ଲୀ : ରାଜନୀତିରୁ ସନ୍ୟାସ ନେଲେ ବାଚସ୍ପତି ନିବାସ ଗୋୟଲ । ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମ ନିବାସ ଗୋୟଲ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ନିର୍ବାଚନର ଠିକ୍ ପୂର୍ବରୁ ଆପର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଫଳରେ ଆପ୍ କୁ ବଡ ଝଟକା ଲାଗିଛି । ଏନେଇ ବିଧାୟକ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି । ତେବେ ବୟସାଧିକ ହେତୁ ରାଜନୀତିରୁ ସନ୍ନ୍ୟାସ ନେଇଥିବା କହିଛନ୍ତି । ଚିଠିରେ ରାମ ନିବାସ ଗୋଏଲ କହିଛନ୍ତି ଯେ, ‘ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ପାଳନ କରିଛି । ତୁମେ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛ, ଏଥିପାଇଁ ମୁଁ ତୁମ ପାଖରେ ସର୍ବଦା କୃତଜ୍ଞ ରହିବ । ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।
Views: 35