The Ultimate Managed Hosting Platform
ADVERTISEMENT

ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ,ବିମାନ ସେବା ପ୍ରଭାବିତ

Facebook
Twitter
LinkedIn

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ । ଦିଲ୍ଲୀ-ଏନସିଆରର ବିଭିନ୍ନ ସ୍ଥାନରେ ଜମିଲା ବର୍ଷା ପାଣି । ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ , ଜନଜୀବନ ଅସ୍ତବ୍ୟସ୍ତ । କାଳବୈଶାଖୀ ବର୍ଷା ପବନରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାନ୍ଥ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ମା ଏବଂ ତିନି ପିଲାଙ୍କ ଜୀବନ ଯାଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ଦିଲ୍ଲୀରେ ଗତ କାଲି ରାତିରୁ ବର୍ଷା ହେଉଛି । ଆଜି ସକାଳୁ ମଧ୍ୟ ଧୂଳିଝଡ଼ ସହ ବର୍ଷା ହୋଇଛି।
ବର୍ଷା ଯୋଗୁ ଦିଲ୍ଲୀ ଏନସିଆରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି । ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ଯାତାୟାତ ମଧ୍ୟ ପୁରା ଠପ୍ ହୋଇପଡିଛି । ଖରାପ ପାଗ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । ୪୦ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ୧୦୦ରୁ ଅଧିକ ବିମାନ ଚଳାଚଳରେ ବିଳମ୍ବ ହୋଇଛି । ଆଗାମୀ କିଛି ଘଣ୍ଟା ମଧ୍ୟ ପ୍ରବଳ ବର୍ଷା ଜାରି ରହିପାରେ । ଏହା ସହ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ତେଣୁ ଦିଲ୍ଲୀ ପାଇଁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login