ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଦେଶୀ ମଦ ଭାଟି ଠାବ । ସାଲିଆ ସାହି ଅଞ୍ଚଳରୁ ଠାବ ହେଲା ଦେଶୀ ମଦ ଭାଟି । କଞ୍ଚାମାଲ ସହ ଦେଶୀ ମଦ ଜବତ କଲା ଅବକାରୀ ବିଭାଗ । ଆଜି ସକାଳୁ ବେଆଇନ୍ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢାଉ କରିଛି । ଏହି ଚଢାଉ ବେଳେ ୫ ହାଜର ଲିଟର ପୋଚ ସହ ୧ ହାଜର ଲିଟର ଦେଶୀ ମଦ ନଷ୍ଟ କରିଛି ବିଭାଗ ଅବକାରୀ ବିଭାଗ । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ୯ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ସହ ଦୁଇ ଜଣ ପୁରୁଷ ରହିଥିବା ଜଣାପଡିଛି । ଏବେବି ରେଡ୍ ଜାରି ରହିଥିବା ସୂଚନା ମିଳିଛି ।
Views: 19