The Ultimate Managed Hosting Platform
ADVERTISEMENT

ରଥ ଚକରେ ଚାପି ନାବାଳକଙ୍କ ଜୀବନ ଗଲା

Facebook
Twitter
LinkedIn

ବିନିକା : ରଥ ଚକରେ ଚାପି ହୋଇ ଗୁରୁତର ନାବାଳକଙ୍କ ମୃତ୍ୟୁ । କଟକ ସ୍ଥାନାନ୍ତର ବେଳେ ରେଢାଖୋଲ ନିକଟରେ ମୃତ୍ୟୁ । କଂସାରୀପଡାରେ ଗତକାଲି ବାହୁଡା ଯାତ୍ରା ବେଳେ ଘଟିଥିଲା ଅଘଟଣ । ରଥ ଚକାରେ ଚାପି ହୋଇ ୪ ନାବାଳକ ସମେତ ୬ ଜଣ ଆହତ ହୋଇଥିଲେ । ଗୁରୁତର ନାବାଳକ ପ୍ରଥମେ ବୁର୍ଲା ପରେ କଟକ ସ୍ଥାନାନ୍ତର ବେଳେ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବାହୁଡା଼ ଯାତ୍ରା ରଥ ଟାଣିବା ସମୟରେ ଠେଲା ପେଲାରେ ଚାରି ନାବାଳକ ଆହତ ହୋଇଥିଲେ । ବିନିକା ସହରର କଂସାରୀପଡା ଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିଲା ଏହି ଅଘଟଣ ।
ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ଚାଲିଥିବା ବେଳେ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ଦେଖିବା ପାଇଁ କଂସାରୀପଡାର ୩ ଜଣ ,ନୂଆପଡାର ଜଣେ ନାବାଳକ ରଥତଳେ ଠେଲା ପେଲାରେ ଚାପିହୋଇ ଯାଇଥିଲେ । ଫଳରେ ଜଣେ ନାବାଳକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନ୍ତାନ୍ତରିତ ହୋଇଥିବା ବେଳେ ୩ ନାବାଳକ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login